ଓଡିଶା

odisha

ETV Bharat / city

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

ଡଙ୍ଗାରେ ସେଲଫି ନେବାବେଳେ ବୁଡିଗଲା ଡଙ୍ଗା । ନବକିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସି ଜୀବନ ରକ୍ଷା କରିଥିବା ବେଳେ ସୁନୀଲ କୁମାର ସାହୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ । ଅଧିକ ପଢନ୍ତୁ..

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ
ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

By

Published : Jan 11, 2020, 4:49 AM IST

Updated : Jan 11, 2020, 6:57 AM IST

କଟକ: ସେଲଫି ନେବା ପଡିଲା ମହଙ୍ଗା । ଡଙ୍ଗାରେ ସେଲଫି ନେବାବେଳେ ବୁଡିଗଲା ଡଙ୍ଗା । ଏନଜେନ ଗ୍ଲୋବାଲ ସଲ୍ୟୁସେନ ପ୍ରାଇଭେଟ ଲିମିଟେଡ କମ୍ପାନୀର ୩୫ରୁ ଉର୍ଦ୍ଧ କର୍ମଚାରୀ ଶୁକ୍ରବାର କଟକ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମା' ଭଟ୍ଟାରିକାଙ୍କ ପୀଠକୁ ବୁଲିବାକୁ ଆସିଥିଲେ । ସମସ୍ତ କର୍ମଚାରୀ ମଜାମସ୍ତି କରୁଥିବା ବେଳେ ସନ୍ଧ୍ୟା ସମୟରେ ଏନଜେନର ଡେପୁଟି ପ୍ରୋଜେକ୍ଟ ମ୍ୟାନେଜର ସୁନୀଲ କୁମାର ସାହୁ, ଅନ୍ୟ ଦୁଇଜଣ ନବ କିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ଏକ ହୁଲିଆ ଡଙ୍ଗାରେ ନଦୀ ଭିତରକୁ ବୁଲିବାକୁ ଯାଇଥିଲେ । ଡଙ୍ଗାର ନାଉରିଆ ନଥିବା ସମୟରେ କୂଳରେ ଥିବା ହୁଲିଆ ଡଙ୍ଗା ଖୋଲି ନିଜେ ନିଜେ ମହାନଦୀ ମଧ୍ୟକୁ ଡଙ୍ଗା ନେଇ ଯାଇଥିଲେ ଏହି ୩ ଜଣ ଵ୍ୟକ୍ତି ।

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

ମହାନଦୀରେ କିଛିବାଟ ଡଙ୍ଗାରେ ଯିବାପରେ ଡଙ୍ଗାରେ ସେଲ୍‌ଫି ଉଠାଇ ଥିଲେ ସୁନୀଲ ସାହୁ । ଏହି ସମୟରେ ଭାରସାମ୍ୟ ହରାଇ ଡଙ୍ଗାଟି ଓଲଟି ପଡି ବୁଡି ଯାଇଥିଲା । ଡଙ୍ଗାଟି ବୁଡି ଯିବାରୁ ନବକିଶୋର ମହାନ୍ତି ଓ ଅଞ୍ଜନ କୁମାର ନାୟକ ପହଁରି ପହଁରି କୂଳକୁ ଚାଲି ଆସି ଜୀବନ ରକ୍ଷା କରିଥିବା ବେଳେ ସୁନୀଲ କୁମାର ସାହୁ ନଦୀରେ ବୁଡି ନିଖୋଜ ହୋଇଯାଇଥିଲେ ।

ତେବେ ଏପର୍ଯ୍ୟନ୍ତ ତାଙ୍କର କୈଣସି ସନ୍ଧାନ ମିଳିନଥିବା ଜଣାପଡିଛି । ସୁନୀଲଙ୍କ ଘର ବ୍ରହ୍ମପୁର ହୋଇଥିବା ବେଳେ ସେ ଜଗତସିଂହପୁର ଜିଲ୍ଲାରେ ଏନଜେନ କମ୍ପାନୀର ପ୍ରୋଜେକ୍ଟ ମ୍ୟାନେଜର ଭାବେ କାର୍ଯ୍ୟ କରୁଥିଲେ ।

ଡଙ୍ଗାରେ ସେଲ୍‌ଫି ନେବା ପଡିଲା ମହଙ୍ଗା, ପର୍ୟ୍ୟଟକ ନିଖୋଜ

ଏହି ପିକନିକ୍‌ ପାର୍ଟିରେ 35 ରୁ 37 କର୍ମଚାରୀ ଆସିଥିବା ଜଗତସିଂହପୁର ଟିମ୍ ଜେଇ ଅମିତ କୁମାର ପାଣିଗ୍ରାହୀ ସୂଚନା ଦେଇଛନ୍ତି । ତେବେ ଖବର ପାଇ ଘଟଣାସ୍ଥଳରେ ବଡମ୍ବା ଅଗ୍ନିଶମ ବିଭାଗ ପହଞ୍ଚି ଖୋଜାଖୋଜି ଜାରି ରଖିଛି । ରାତି ହେବାରୁ ଏହି ଅପରେସନକୁ ସ୍ଥଗିତ ରଖାଯାଇଛି । ଶନିବାର ପୁଣି ଏହି ପ୍ରକ୍ରିୟା ଚାଲିବ । ବଡମ୍ବା ତହସିଲଦାର ,ବଡମ୍ବା ଥାନା ଅଧିକାରୀ ପହଞ୍ଚି ଘଟଣା ଉପରେ ନଜର ରଖିଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 11, 2020, 6:57 AM IST

ABOUT THE AUTHOR

...view details