ଓଡିଶା

odisha

By

Published : Sep 21, 2022, 7:06 PM IST

ETV Bharat / city

ଜୋତା ନପିନ୍ଧି ଗାଡ଼ି ଚଳାଇବା ପ୍ରସଙ୍ଗ, ଗୁଜବ କହିଲା ରାଜ୍ୟ ପରିବହନ ବିଭାଗ

ଜୋତା ନପିନ୍ଧି ଗାଡ଼ି ଚଳାଇଲେ ହେବ ମୋଟା ଅଙ୍କର ଫାଇନ୍ । ଏହ ଏକ ଗୁଜବ ଖବର । ସ୍ପଷ୍ଟ କଲା ରାଜ୍ୟ ପରିବହନ ବିଭାଗ । ଅଧିକ ପଢ଼ନ୍ତୁ

ଜୋତା ନପିନ୍ଧି ଗାଡ଼ି ଚଳାଇବା ପ୍ରସଙ୍ଗ, ଗୁଜବ କହିଲା ରାଜ୍ୟ ପରିବହନ ବିଭାଗ
ଜୋତା ନପିନ୍ଧି ଗାଡ଼ି ଚଳାଇବା ପ୍ରସଙ୍ଗ, ଗୁଜବ କହିଲା ରାଜ୍ୟ ପରିବହନ ବିଭାଗ

କଟକ :ଜୋତା ନପିନ୍ଧି ଗାଡ଼ି ଚଳାଇଲେ ହେବ ମୋଟା ଅଙ୍କର ଫାଇନ୍ (Driving without shoes not violation of motor vehicle) । ସୋସିଆଲ ମିଡ଼ିଆରେ କିଛି ଏଭଳି ଖବର ଘୁରି ବୁଲୁଛି (motor vehicle act clarified state transport department)। ଏହାକୁ ନେଇ ରାଜ୍ୟର ବାଇକ୍ ଚାଳକଙ୍କ ମଧ୍ୟରେ କୋକୁଆ ଭୟ ସଞ୍ଚାର ହୋଇଛି । ହେଲେ ଏନେଇ ସ୍ପଷ୍ଟୋକ୍ତି ଦେଇଛି ରାଜ୍ୟ ପରିବହନ ବିଭାଗ । ଏହାକୁ ଏକ ଗୁଜବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

ଜୋତା ନପିନ୍ଧି ଗାଡ଼ି ଚଳାଇବା ପ୍ରସଙ୍ଗ, ଗୁଜବ କହିଲା ରାଜ୍ୟ ପରିବହନ ବିଭାଗ

ସୂଚନା ଅନୁଯାୟୀ, ଦିନକୁ ଦିନ ଗାଡି ଦୁର୍ଘଟଣା ବୃଦ୍ଧି ପାଉଥିବା ବେଳେ ଏଥିଯୋଗୁଁ ଅନେକ ଧନଜୀବନ ମଧ୍ୟ ନଷ୍ଠ ହେଉଛି । ଏହାକୁ ଦୃଷ୍ଟିରେ ରଖି ନୂଆ ନିୟମ ପ୍ରଣୟନ କରାଯାଇଛି । ଅନେକ ସମୟରେ ବେପରୁଆ ଗାଡ଼ି ଚାଳନା, ନିଶା ଖାଇ ଗାଡ଼ି ଚଳାଇବା, ଟ୍ରାଫିକ ନିୟମ ନମାନିବା ଯୋଗୁଁ ଗାଡି ଦୁର୍ଘଟଣା ଘଟୁଥିବା ଦେଖାଯାଉଛି । ତେବେ ଏହାକୁ ରୋକିବା ପାଇଁ ପୋଲିସ ଓ ପରିବହନ ବିଭାଗ ପକ୍ଷରୁ ଧରପଗଡ଼ ଜୋରଦାର କରିବା ସହ ବିଭିନ୍ନ କଠୋର ନିୟମ ମଧ୍ୟ ପ୍ରଣୟନ କରାଯାଇଛି । ତେବେ ଇତିମଧ୍ୟରେ ଜୋତା ନପିନ୍ଧି ଗାଡ଼ି ଚଳାଇଲେ ମୋଟା ଅଙ୍କର ଫାଇନ୍ ଆଦାୟ କରାଯିବ ବୋଲି ଖବର ସୋସିଆଲ ମିଡ଼ିଆରେ ବେଶ ଭାଇରାଲ ହେଉଛି । ଏହି ଖବର ଗୋଟିଏ ମୋବାଇଲରୁ ଆଉ ଗୋଟିଏ ମୋବାଇଲକୁ ଘୁରି ବୁଲୁଛି । ଫଳରେ ଗାଡ଼ି ଚାଳକମାନେ ଆତଙ୍କିତ ହୋଇ ପଡ଼ିଛନ୍ତି । ତେବେ ଏହାକୁ ଗୁଜବ ବୋଲି କହିଛି ରାଜ୍ୟ ପରିବହନ ବିଭାଗ ।

ଏଭଳି ଗୁଜବ ଖବରକୁ ସିଧାସଳଖ ଭାବେ ଖଣ୍ଡନ କରିଛି ରାଜ୍ଯ ପରିବହନ ବିଭାଗ । ରାଜ୍ଯ ପରିବହନ ବିଭାଗର ଅତିରିକ୍ତ କମିଶନର ଲାଲମୋହନ ସେଠୀ କହିଛନ୍ତି, ''ମୋଟର ଭେଇକିଲ୍ ଆକ୍ଟରେ ଏମିତି କିଛି ନିୟମ ନାହିଁ କି କେହି ବିନା ଜୋତାରେ ଗାଡ଼ି ଚଳାଇ ପାରିବେ ନାହିଁ । ତେଣୁ ଏହା ଏକ ଗୁଜବ । ଏଭଳି କିଛି ନିୟମ ଓଡ଼ିଶାରେ ନାହିଁ କିମ୍ବା ବିଭାଗ ପକ୍ଷରୁ କିଛି ଗାଇଡ଼ଲାଇନ ନାହିଁ ।'' ତେବେ କେତେକ ଦୁର୍ବୃତ୍ତ ଲୋକଙ୍କୁ ଆତଙ୍କିତ କରିବା ସହ ମଜାଲୁଟିବା ପାଇଁ ସୋସିଆଲ ମିଡିଆରେ ଏଭଳି ଅନେକ ଗୁଜବ ଖବର ପ୍ରକାଶ କରୁଛନ୍ତି । ଏଣୁ ଏଥିପ୍ରତି ସଜାଗ ରହିବାକୁ କୁହାଯାଇଛି ।

ସୂଚନାନୁସାରେ ଓଡ଼ିଶା ମଟର ଭେଇକିଲ ଆକ୍ଟ ୧୯୯୩ ନିୟମ ଅନୁସାରେ ଏପରି କୌଣସି ବି ନିୟମ ଲେଖାଯାଇ ନାହିଁ ଯେ ଜଣେ ବ୍ୟକ୍ତି ଜୋତା ନପିନ୍ଧିଲେ ଗାଡ଼ି ଚଳାଇ ପାରିବ ନାହିଁ । କିନ୍ତୁ ପ୍ରତ୍ୟେକ ବାଇକ ଚାଳକ ହେଲମେଟ ପିନ୍ଧି ଗାଡ଼ି ଚଳାଇବା ବାଧ୍ୟତାମୂଳକ । ଏହାସହ ଚାଳକ ପଛରେ ଯେଉଁ ବ୍ୟକ୍ତି ବସିଥିବେ ସେ ମଧ୍ୟ ହେଲମେଟ ପିନ୍ଧିବା ନିହାତି ଆବଶ୍ୟକ । ନଚେତ ଅମାନିଆଙ୍କୁ ଜୋରିମାନା ଦେବାକୁ ପଡିବ । ଏପରିକି ବାରମ୍ବାର ଧରାପଡିଲେ ଡ୍ରାଇଭିଂ ଲାଇସେନ୍ସ ମଧ୍ୟ ବାତିଲ ହେବ । ସେହିପରି ନିଶା ସେବନ କରି ଗାଡ଼଼ି ଚଳାଇଲେ ଜୋରିମାନା ଆଦାୟ ସାଙ୍ଗକୁ ଡ୍ରାଇଭିଂ ଲାଇସେନ୍ସ ରଦ୍ଦ କରାଯିବା ନେଇ କଟକଣା ରହିଛି ।

ଇଟିଭି ଭାରତ, କଟକ

ABOUT THE AUTHOR

...view details