କଟକ: ବଢିବାକୁ ଲାଗିଛିଅନୁଭବ ବର୍ଷା ଘରୋଇ ବିବାଦ ମାମଲା । ଆଜି କଟକ ଏସଡ଼ିଜେଏମ କୋର୍ଟରେ ଉଭୟ ପକ୍ଷରୁ କରାଯାଇଥିବା ଆବେଦନର ଶୁଣାଣି ହୋଇଛି । ବର୍ଷା ଘର ଛାଡ଼ନ୍ତୁ ସଠିକ୍ ଭରଣପୋଷଣ ଦେବାକୁ ପିଟିସନ୍ କରିଥିଲେ ଅନୁଭବ । ଅନୁଭବଙ୍କ ଏହି ଆବେଦନ ଉପରେ ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ । ଏନେଇ ଅଭିନେତା ତଥା ସାଂସଦ ଅନୁଭବ ମହାନ୍ତି ଗଣମାଧ୍ୟମ ସମ୍ମୁଖରେ କୌଣସି ପ୍ରତିକ୍ରିୟା ରଖିନାହାନ୍ତି ।
ଅଭିନୟରୁ ପ୍ରେମ ଓ ପରେ ବିବାହ କରି ସାରା ଜୀବନ ସାଥୀ ହୋଇ ରହିବା ପାଇଁ ନିଷ୍ପତ୍ତି ନେଇଥିବା ଏ ଯୋଡି ଏବେ ଭାଙ୍ଗିବାକୁ ଯାଉଛି । ପରସ୍ପରକୁ ଦୋଷ ଦେବାରେ ଲାଗିଛନ୍ତି ଏହି ଷ୍ଟାର ଦମ୍ପତି । ବିବାହ ବିଚ୍ଛେଦକୁ ନେଇ କୋର୍ଟରେ ମାମଲା ଚାଲି ଥିବାବେଳେ ଅନୁଭବଙ୍କ ଏକ ଆବେଦନ ଉପରେ ଆଜି(ମଙ୍ଗଳବାର) ଶୁଣାଣି କରିଛନ୍ତି କଟକ SDJM କୋର୍ଟ । ବର୍ଷାଙ୍କୁ ଘର ଛାଡିବା ସହ ସଠିକ୍ ଭରଣପୋଷଣ ଦେବାକୁ ପିଟିସନରେ ଉଲ୍ଲେଖ କରିଥିଲେ ଅନୁଭବ । ଯାହାର ଶୁଣାଣି କରି ରାୟ ସଂରକ୍ଷିତ ରଖିଛନ୍ତି SDJM କୋର୍ଟ ।