ଓଡିଶା

odisha

By

Published : Oct 2, 2019, 3:07 PM IST

ETV Bharat / city

ସଂକଳ୍ପ ନିଅ, ଦେଶକୁ ନୂତନ ଦିଗଦର୍ଶନ ଦିଅ: ଧର୍ମେନ୍ଦ୍ର ପ୍ରଧାନ

କଟକ ତେଲେଙ୍ଗା ପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ପହଁଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଜିଠୁ ରାଜ୍ୟରେ ଆରମ୍ଭ ହୋଇଛି ଗାନ୍ଧୀ ସଂକଳ୍ପ ପଦଯାତ୍ରା । ଯେଉଁଥିରେ କେବଳ ଓଡିଶା ବିକାଶ ହିଁ ନିହିତ ରହିଛି । କିପରି ପରିବେଶକୁ ସୁରକ୍ଷିତ ରଖିହେବ, ବିଶୁଦ୍ଧ ପାନୀୟ ଜଳ ମିଳିବ, ପ୍ଲାଷ୍ଟିକ ଵ୍ୟଵହାର ଉପରେ ରୋକ ଓ ବୃକ୍ଷ ରୋପଣ କରାଯାଇ ପାରିବ ଏହି ସଂକଳ୍ପ ପଦଯାତ୍ରାର ମୂଳ ଲକ୍ଷ୍ୟ ରହିଛି ।

ସଂକଳ୍ପ ନିଅ ଦେଶକୁ ନୂତନ ଦିଗଦର୍ଶନ ଦିଅ

ତେବେ ତେଲେଙ୍ଗା ପେଣ୍ଠ ଗାନ୍ଧୀ ସ୍ମୃତି ପୀଠରେ ପହଁଚି ବାପୁଙ୍କୁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରିବା ସହ ଏକ ବିଶାଳ ପଦଯାତ୍ରାରେ ସାମିଲ ହୋଇଥିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସାରା ଦେଶରେ ମହାତ୍ମାଗାନ୍ଧୀଙ୍କ ନୀତି ନିୟମ ମାନିବାକୁ ସଂକଳ୍ପ ନେଇଥିଲେ କେନ୍ଦ୍ର ପେଟ୍ରୋଲିୟମ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ଏହି ପଦଯାତ୍ରା ସାରା ରାଜ୍ୟରେ ଦୃଶ୍ୟମାନ ହେବ ଓ ନିଶ୍ଚିତ ରୂପେ ଓଡିଶା ଆଗାମୀ ଦିନରେ ବହୁତ ଉନ୍ନତି କରିବ ବୋଲି କହିଛନ୍ତି କେନ୍ଦ୍ରମନ୍ତ୍ରୀ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details