କଟକ: ଗତ କିଛି ଦିନ ଧରି ଡେଙ୍ଗୁ ଆକ୍ରାନ୍ତଙ୍କ ସଂଖ୍ୟା ହ୍ରାସ ପାଇଥିଲେ ବି ଏବେ ଏହି ସଂଖ୍ୟା ବଢିବାରେ ଲାଗିଛି । 2 ଦିନ ପୂର୍ବରୁ କଟକ ବଡ଼ ମେଡିକଲରେ ୧୦୧ ଜଣ ଡେଙ୍ଗୁ ରୋଗୀ ଚିକିତ୍ସିତ ହେଉଥିଲା ବେଳେ ୬ ଜଣ ଗୁରୁତର ଭାବେ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି ।
ସେହିପରି ଗତ ବୁଧବାର ଦିନ ଏସସିବିରେ ୧୫୫ ଟି ରକ୍ତ ନମୁନା ପରୀକ୍ଷା କରାଯାଇଥିବା ବେଳେ 34 ଟି ଡେଙ୍ଗୁ ପଜେଟିଭ ଥିବା ଜଣା ପଡିଥିଲା। ସେଥିରେ କଟକରେ ସର୍ବାଧିକ ୭ ଜଣ ଡେଙ୍ଗୁ ରୋଗୀ ଥିଲେ।