କଟକ: ସିଲଭର ସିଟିର ବିଶ୍ବ ପ୍ରସିଦ୍ଧ ଦୁର୍ଗା ପୂଜାକୁ ନେଇ ଜାରି ରହିଛି ସସପେନ୍ସ । କାରଣ ପୂର୍ବରୁ ଥିବା ଡିସିପି ଅଖିଳେଶ୍ବର ସିଂଙ୍କ ସମୟରେ ସହରରେ ଗଣେଷ ପୂଜା ବନ୍ଦ ନେଇ ନିଷ୍ପତ୍ତି ହୋଇସାରିଛା । ଆଉ ଏହା ପରେ ପାଳି ପଡିଛି ଏବେ ଦୁର୍ଗା ପୂଜାର । ତେବେ ଚଳିତ ବର୍ଷ ପାଇଁ କଟକିଆଙ୍କ ଦୂର୍ଗା ପୂଜା ଅନୁଷ୍ଠିତ ହେବ ନା ବନ୍ଦ ରହିବ, ତାକୁ ନେଇ ଆଶା-ଆଶଙ୍କା ମଧ୍ୟରେ କଟକବାସୀ ।
ତେବେ ଏହି ସଂକ୍ରାନ୍ତରେ ଶନିବାର କଟକର ନୂଆ ଡିସିପି ପ୍ରତୀକ୍ ସିଂ ସୂଚନା ଦେଇଛନ୍ତି । ସେ କହିଛନ୍ତି, ଦୁର୍ଗା ପୂଜା ହେବ କି ନାହିଁ ତାହା ଆଗାମୀ ଦିନରେ ପୂଜା କମିଟି ଓ ଶାନ୍ତି କମିଟି ସହ ବୈଠକରେ ଆଲୋଚନା ପରେ ସ୍ପଷ୍ଟ ହେବ । ସେହିପରି ଜନ୍ମାଷ୍ଟମୀ ଦିନ ମାଆଙ୍କ ପାଇଁ ମାଟି ଉଠା ପର୍ବକୁ ଡିସିପି ସୀକୃିତ ଦେଇଛନ୍ତି । ଯଦି କୌଣସି ପୂଜା କମିଟି ଇଚ୍ଛୁକ ଥାଏ, ତେବେ ଦୁଇ-ଚାରି ଜଣ ଲୋକଙ୍କ ସହ ମାଟି ଉଠା କାମ କରି ପାରିବେ ବୋଲି ଡିସିପି କହିଛନ୍ତି । ମାତ୍ର ମାଟି ଉଠା ସମ୍ପୂର୍ଣ୍ଣ ମାନେ ନୂହେଁ କି ଦୁର୍ଗା ପୂଜା ଅନୁଷ୍ଠିତ ହେବ । ଏହି କଥା ସ୍ପଷ୍ଟ ମଧ୍ୟ କରିଛନ୍ତି ନୂଆ ଡିସିପି ।