ଓଡିଶା

odisha

ETV Bharat / city

ହୋଲି ହେଲା କାଳ; ନଦୀରେ ବୁଡି ଛାତ୍ର ଜଣକ ମୃତ

ହୋଲି ଖେଳିସାରି କାଠଯୋଡ଼ିରେ ଗାଧୋଉଥିବା ବେଳେ ନଦୀରେ ବୁଡିଯିବାରୁ ଜଣେ ଛାତ୍ରର ମୃତ୍ୟୁ ହୋଇଛି।

By

Published : Mar 22, 2019, 4:14 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା,କଟକ

କଟକ: ହୋଲିରେ ଅଘଟଣ। ହୋଲି ଖେଳିସାରି କାଠଯୋଡ଼ିରେ ଗାଧୋଉଥିବା ବେଳେ ନଦୀରେ ବୁଡିଯିବାରୁଜଣେ ଛାତ୍ରର ମୃତ୍ୟୁ ହୋଇଛି । ମୃତକ ଜଣକ ହେଉଛନ୍ତି ସ୍ଥାନୀୟ ଗୋପାଳପୁର ଅଞ୍ଚଳର ସତୀଶ ସାହୁ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା,କଟକ

ସୂଚନାମୁତାବକ, ମାଟ୍ରିକ ପରୀକ୍ଷା ଦେଇଥିବା ସତୀଶ ସାହୁ(15ବର୍ଷ) ଶୁକ୍ରବାର ଦିନ ହୋଲି ଖେଳି ସାରିବା ପରେ କାଠଯୋଡ଼ିକୁ ଗାଧୋଇବାକୁ ଯାଇଥିଲେ। ତେବେ ଗାଧୋଇବା ସମୟରେ ସେ ବୁଡି ଯାଇଥିଲେ। ଖବର ପାଇ ଅଗ୍ନିଶମ ବିଭାଗ ପହଞ୍ଚି ସତୀଶଙ୍କୁ ନଦୀରୁ ଉଦ୍ଧାର କରି ଏସସିବି ଡାକ୍ତରଖାନାରେ ଭର୍ତ୍ତି କରିଥିଲା। ତେବେ ଡାକ୍ତର ତାଙ୍କୁ ସେଠାରେ ମୃତ ଘୋଷଣା କରିଛନ୍ତି।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details