ଓଡିଶା

odisha

ETV Bharat / city

କଟକରେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣା: ପ୍ରତିକ୍ରିୟା ରଖିଲେ ଡିସିପି

ସୋମବାର ବଜ୍ରକବାଟି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି । ଅଧିକ ପଢନ୍ତୁ...

By

Published : Feb 12, 2020, 2:14 AM IST

କଟକରେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣା: ପ୍ରତିକ୍ରିୟା ରଖିଲେ ଡିସିପି
କଟକରେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣା: ପ୍ରତିକ୍ରିୟା ରଖିଲେ ଡିସିପି

କଟକ: ସୋମବାର ବଜ୍ରକବାଟି ଅଞ୍ଚଳରେ ଜଣେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣାରେ ପ୍ରତିକ୍ରିୟା ଦେଇଛନ୍ତି କଟକ ଡିସିପି ।

ପୂର୍ବଶତ୍ରୁତାକୁ ନେଇ ଏହି ଛୁରା ମାଡ଼ କରାଯାଇଥିବା ସ୍ପଷ୍ଟ କରିଛନ୍ତି କଟକ ଡିସିପି । ଏହି ଘଟଣାରେ ୩ ଜଣଙ୍କୁ ଚିହ୍ନଟ କରାଯାଇଛି । ବର୍ତ୍ତମାନ ସେମାନେ ଫେରାର ଅଛନ୍ତି । ଖୁବଶୀଘ୍ର ସେମାନଙ୍କୁ ଗିରଫ କରାଯିବ ବୋଲି ଡିସିପି କହିଛନ୍ତି । ତେବେ ସୋମବାର ବ୍ୟବସାୟୀ ଜଣଙ୍କୁ ଦୋକାନରୁ ବାହାରକୁ ଡାକି ନେଇ ମଦ ପିଆଇ ମଦ ବୋତଲ ଓ ଛୁରା ସାହାଯ୍ୟରେ ଆକ୍ରମଣ କରାଯାଇଥିବା ଡିସିପି କହିଛନ୍ତି ।

କଟକରେ ବ୍ୟବସାୟୀଙ୍କୁ ଛୁରା ମାଡ଼ ଘଟଣା: ପ୍ରତିକ୍ରିୟା ରଖିଲେ ଡିସିପି

ସୂଚନାଯୋଗ୍ୟ, ପୂର୍ବ ଶତ୍ରୁତାକୁ କେନ୍ଦ୍ରକରି ଜଣେ ବ୍ୟବସାୟୀଙ୍କୁ ସୋମବାର ଛୁରାମାଡ଼ କରାଯାଇଥିଲା । ତେବେ ଗୁରୁତର ଭାବରେ ତାଙ୍କୁ ଏସସିବିରେ ଚିକିତ୍ସିତ କରାଯାଉଥିବାବେଳେ ତାଙ୍କ ସ୍ବାସ୍ଥ୍ୟବସ୍ଥା ସ୍ଥିର ଥିବା ଜଣାପଡିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details