ଓଡିଶା

odisha

By

Published : Oct 4, 2021, 8:26 PM IST

ETV Bharat / city

ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ଭ୍ରାତା, ଆସନ୍ତାକାଲି ହେବ ମାମଲାର ଶୁଣାଣି

ବହୁ ଚର୍ଚ୍ଚିତ ତ୍ରିଶୁଳିଆ ଗୁଳିକାଣ୍ଡ ଘଟଣାରେ ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ଭ୍ରାତା । ଅଧିକ ପଢନ୍ତୁ...

ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ଭ୍ରାତା, ଆସନ୍ତାକାଲି ହେବ ମାମଲାର ଶୁଣାଣି
ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ଭ୍ରାତା, ଆସନ୍ତାକାଲି ହେବ ମାମଲାର ଶୁଣାଣି

କଟକ:ଏକାଧିକ ମାମଲାରେ ଆଜି (ସୋମବାର) କଟକ ଜେଏମଏଫସି କୋର୍ଟରେ ହାଜର ହେଲେ ଡି' ବ୍ରଦର୍ସ । ତେବେ ଦିପୁ ଓମ୍ ହତ୍ୟା ଘଟଣାରେ ସାକ୍ଷ୍ୟ ଗ୍ରହଣ ସହ ତ୍ରିଶୁଳିଆ ଗୁଳିକାଣ୍ଡ ଘଟଣାକୁ ନେଇ ହାଜର ହୋଇଥିଲେ ଧଳସାମନ୍ତ ଭ୍ରାତା ।

ଜେଏମଏଫସି କୋର୍ଟରେ ହାଜର ହେଲେ ଧଳ ଭ୍ରାତା, ଆସନ୍ତାକାଲି ହେବ ମାମଲାର ଶୁଣାଣି

ସେପଟେ କୌଣସି କାରଣରୁ ସୋମବାର ଏହି ମାମଲାର ଶୁଣାଣି ହୋଇପାରି ନଥିବାବେଳେ ଆସନ୍ତାକାଲି ଶୁଣାଣି ହେବ । ପୋଲିସର କଡ଼ା ସୁରକ୍ଷା ବଳୟ ଭିତରେ ଧଳ ଭ୍ରାତାଙ୍କୁ ଅଣା ଯାଇଥିଲା । ତେବେ ବର୍ତ୍ତମାନ ଜଣଙ୍କୁ ଚୌଦ୍ବାର ଜେଲ ହାଜତକୁ ପଠା ଯାଇଥିବା ବେଳେ ଅନ୍ୟ ଜଣଙ୍କୁ ଝାରପଡ଼ା ଜେଲ୍ ପଠା ଯାଇଥିବା ନେଇ ସୂଚନା ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details