ଓଡିଶା

odisha

By

Published : Oct 19, 2020, 7:03 PM IST

ETV Bharat / city

କଟକରେ ‘ନୋ ଦାଦାବଟି’କୁ ଜୋରଦାର, ୬ ଗିରଫ

ଆକ୍ସନ ମୋଡରେ କଟକ କମିଶନରେଟ ପୋଲିସ । ବିଭିନ୍ନ ସ୍ଥାନରୁ ଦାଦାବଟି ଆଦାୟ କରୁଥିବା 6 ଜଣଙ୍କୁ ଗିରଫ କରିଛି କମିଶନରେଟ ପୋଲିସ । ଅଧିକ ପଢନ୍ତୁ:

ଆକ୍ସନ ମୋଡରେ କଟକ କମିଶନରେଟ ପୋଲିସ,  ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ
ଆକ୍ସନ ମୋଡରେ କଟକ କମିଶନରେଟ ପୋଲିସ, ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ

କଟକ: କଟକରେ ଅପରେସନ ନୋ ଦାଦାବଟିକୁ ଜୋରଦାର କରିଛି କଟକ କମିଶନରେଟ ପୋଲିସ । ଦାଦାବଟି ମାଗିବା ଅଭିଯୋଗରେ ଦରଘା ବଜାର ଥାନା ପୋଲିସ ଜଣଙ୍କୁ ଗିରଫ କରିଛି। ଗିରଫ ଅଭିଯୁକ୍ତ ଜଣକ ରିଆଜ ଖାନ ବୋଲି ଜଣାପଡିଛି।

ଆକ୍ସନ ମୋଡରେ କଟକ କମିଶନରେଟ ପୋଲିସ, ଦାଦାବଟି ମାଗିବା ଅଭିଯୋଗରେ ୬ ଗିରଫ

ସେହିପରି ଦାଦାବଟି ମାଗିବା ଅଭିଯୋଗରେ କ୍ୟାଣ୍ତେନମେଣ୍ଟ ଥାନା ପୋଲିସ ୨ ଜଣଙ୍କୁ ଗିରଫ କରିଛି । ଗିରଫ ୨ ଅଭିଯୁକ୍ତ ହେଉଛନ୍ତି ପଟାପୋଲ ଅଞ୍ଚଳର ବି . ସୀମାଦ୍ରୀ ଓ ଆର. ରାମୁ । ସେପଟେ ବାଦାମବାଡ଼ି ଥାନା ପୋଲିସ ମଧ୍ୟ ୩ ଅଭିଯୁକ୍ତଙ୍କୁ ଗିରଫ କରିଛି। ଗିରଫ ହୋଇଥିବା ସମସ୍ତ ଅଭିଯୁକ୍ତଙ୍କ ବିରୋଧରେ ପୂର୍ବରୁ ବିଭିନ୍ନ ଥାନାରେ ଅପରାଧିକ ମାମଲା ରହିଥିବା କମିଶନରେଟ ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି।

ତେବେ ଏଭଳି ଦାଦାବଟି ମାଗୁଥିବା ବ୍ୟକ୍ତିଙ୍କ ବିରୋଧରେ ସୂଚନା ଦେବାକୁ କମିଶନରେଟ ପୋଲିସ ପକ୍ଷରୁ ପରାମର୍ଶ ଦିଆଯାଇଛି। ଏପରି ଦେଖାଯାଉଛି ଯେ ଅନେକ ଲୋକ ଆଗକୁ ଆସି ଏପରି କାର୍ଯ୍ୟ କରୁଥିବା ଲୋକଙ୍କ ବିରୁଦ୍ଧରେ ପୋଲିସକୁ ଖବର ଦେଉଛନ୍ତି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details