ଓଡିଶା

odisha

ETV Bharat / city

ପୋଡପିଠା ମହକରେ ମହକିଲା ସିଲଭର ସିଟି

କମ୍ପୁଛି କଟକ । ବାଉନ ବଜାର ତେପନ ଗଳିରେ ଖୁବ ଧୁମଧାମରେ ରଜ ପାଳୁଛନ୍ତି କଟକିଆ । ଖରା ତରାକୁ ଖାତିର ନକରି ଦୋଳି ଖେଳରେ ବ୍ୟସ୍ତ ଆବାଳବୃଦ୍ଧବନିତା । ଉଭୟ ଉଭୟଙ୍କୁ ପାନ, ପିଠା ଖୁଆଇ ରଜର ମଜା ନେଉଛନ୍ତି ସମସ୍ତେ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Jun 14, 2019, 11:12 PM IST

କଟକ: ବନସ୍ତେ ଡାକିଲା ଗଜ... ବରଷକେ ଥରେ ଆସିଛି ରଜ... । ବର୍ଷକର ଅପେକ୍ଷା ପରେ ପୁଣି ଫେରିଛି ରଜ ମଉଜ । ପୋଡପିଠା, ପାନରେ ମହକୁଛି ପରିବେଶ । ଯାହାକୁ ନେଇ ଉତ୍ସବମୁଖର ହୋଇଉଠିଛି ସିଲଭର ସିଟି । କୁଆଁରୀ ଝିଅ ମାନେ ଗୀତ ଗାଇ, ଦୋଳି ଖେଳି ବେଶ୍ ଧୁମଧାମରେ ପାଳିଛନ୍ତି ପହିଲି ରଜ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

କଟକର ଗୋଟିଏ କିମ୍ବା ଦୁଇଟି ସ୍ଥାନ ନୁହେଁ ବିଭିନ୍ନ ସ୍ଥାନରେ ବେଶ ଆନନ୍ଦ ଉଲ୍ଲାସରେ ଚାଲିଛି ରଜ ମଉଜ । ଆଉ ଏହି ମଉଜରେ ନିଜକୁ ସାମିଲ କରିଛନ୍ତି ଚୌଦ୍ବାରର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ବାଳ । ରଜ ପାଳିବା ଦ୍ବାରା ଭାଇଚାରା ବେଶ୍ ମଜବୁତ ହୋଇ ପାରିବ ବୋଲି ସେ ମତବ୍ୟକ୍ତ କରିଛନ୍ତି ।

ତେବେ ଗୋଟିଏ ବର୍ଷ ଅପେକ୍ଷା ପରେ ଆସିଛି ରଜ । ଯାହା ସମସ୍ତଙ୍କ ମନରେ ଆଣିଦେଇଛି ଉତ୍ସାହ ଓ ଉଦ୍ଦିପନା । ତେବେ ଚଳିତ ବର୍ଷ ଫନି ବାତ୍ୟାର ତାଣ୍ଡବ ସ୍ବତ୍ତେ ଫିକା ପଡିନି ରଜ ମଉଜ ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details