ଓଡିଶା

odisha

ETV Bharat / city

ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଭର୍ତ୍ତୃହରି ମହତାବ

ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଝାଡିଲେ ସାଂସଦ ଭର୍ତ୍ତୃହରି ମହତାବ । ଭୌଗଳିକ ଦୃଷ୍ଟିରୁ ଯେଉଁ ସ୍ଥାନରେ ଟର୍ମିନାଲ ହେଉଛି ତାହା ଅନୁପଯୁକ୍ତ ବୋଲି କହିଛନ୍ତି ସାଂସଦ । ଅଧିକ ପଢନ୍ତୁ...

ନେତାଜୀ ବସ ଟର୍ମିନାଲକୁ ଅସନ୍ତୋଷ ଝାଡିଲେ ଭର୍ତ୍ତୃହରି ମହତାବ
ନେତାଜୀ ବସ ଟର୍ମିନାଲକୁ ଅସନ୍ତୋଷ ଝାଡିଲେ ଭର୍ତ୍ତୃହରି ମହତାବ

By

Published : Jan 26, 2021, 10:41 AM IST

Updated : Jan 26, 2021, 12:18 PM IST

କଟକ: ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଝାଡିଲେ ସାଂସଦ ଭର୍ତ୍ତୃହରି ମହତାବ । ଭୌଗଳିକ ଦୃଷ୍ଟିରୁ ଯେଉଁ ସ୍ଥାନରେ ଟର୍ମିନାଲ ହେଉଛି ତାହା ଅନୁପଯୁକ୍ତ ବୋଲି କହିଛନ୍ତି ସାଂସଦ । କ୍ଷେତ୍ର ପରିଦର୍ଶନ ନ କରି ଗୁଗଲ ମ୍ୟାପ ଦେଖି ପ୍ଲାନ ହୋଇଛି। ଏହି ପ୍ରକଳ୍ପ ବାବଦରେ ମଧ୍ୟ ଅବଗତ କରାଯାଇନାହିଁ । ପ୍ରକଳ୍ପ ପୂର୍ବରୁ ଲୋକ ପ୍ରତିନିଧିଙ୍କ ସହିତ ଆଲୋଚନା କରିବା କଥା ବୋଲି ଭର୍ତ୍ତୃଭରି କହିଛନ୍ତି ।

ଯେଉଁ ସ୍ଥାନରେ ପ୍ରକଳ୍ପ କରାଯିବାର ଯୋଜନା କରାଯାଇଛି, ସେହି ସ୍ଥାନରେ କିପରି ଅଧିକ ଗାଡି ଚାଲି ପାରିବ ବୋଲି ସେ ପ୍ରଶ୍ନ ପଚାରିଛନ୍ତି । କାରଣ ଲିଙ୍କ ରୋଡର ସମସ୍ୟା ସମାଧାନ ହୋଇନାହିଁ । ଏପରି ସ୍ଥିତିରେ କିପରି 12 ଶହରୁ ଅଧିକ ଗାଡି ଚଳାଚଳ କରିବ । ସେହିପରି ଖାନନଗର ଦେଇ ଗାଡି ଚଳାଇବା ଏକ ପ୍ରକାର ଅସମ୍ଭବ ବୋଲି ସେ କହିଛନ୍ତି । କାଠଯୋଡି ବନ୍ଧକୁ ଯଦି ସମ୍ପ୍ରସାରିତ କରାଯାଏ, ତେବେ ଅଧିକ ବ୍ୟୟ ହେବ । ଏଭଳି ସ୍ଥିତିରେ କୌଣସି ଚର୍ଚ୍ଚା ନ କରି ମୁଖ୍ୟମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଏହି ନିଷ୍ପତ୍ତି ନିଆଯାଇଥିବା ସାଂସଦ କହିଛନ୍ତି ।

ନେତାଜୀ ବସ ଟର୍ମିନାଲକୁ ନେଇ ଅସନ୍ତୋଷ ଭର୍ତ୍ତୃହରି ମହତାବ

ସୂଚନାଯୋଗ୍ୟ, ବାଦାମବାଡି ବସଷ୍ଟାଣ୍ଡକୁ ଏକ ଆଧୁନିକ ବସ ଟର୍ମିନାଲରେ ପରିଣତ କରିବାକୁ ରାଜ୍ୟ ସରକାର ପ୍ରସ୍ତୁତ କରିଛନ୍ତି ଏକ ମାଷ୍ଟର ପ୍ଲାନ । 65 କୋଟି ବ୍ୟୟରେ ନିର୍ମିତ ହେବାକୁ ଥିବା ଏହି ବସ ଟର୍ମିନାଲରେ ରହିବ ସମସ୍ତ ଅତ୍ୟାଧୁନିକ ସୁବିଧା ସୁଯୋଗ । ନେତାଜୀ ସୁବାଷ ବୋଷଙ୍କ ନାମରେ ନାମିତ ହୋଇଥିବା ଏହି ପ୍ରସ୍ତାବିତ ପ୍ରକଳ୍ପର ନିର୍ମାଣ କାର୍ଯ୍ୟ 18 ମାସ

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Jan 26, 2021, 12:18 PM IST

ABOUT THE AUTHOR

...view details