କଟକ: ଧୀରେଧୀରେ କାୟାବିସ୍ତାର କରୁଛି ଡେଙ୍ଗୁ। ଏସସିବି ଡେଙ୍ଗୁ ୱାର୍ଡରେ ବଢୁଛି ଡେଙ୍ଗୁରୋଗୀଙ୍କ ସଂଖ୍ୟା। ଏନେଇ ସୋମବାର ଏସସିବି ଡେଙ୍ଗୁୱାର୍ଡରେ 52 ଜଣ ଡେଙ୍ଗୁରୋଗୀ ଚିକିତ୍ସିତ ହେଉଥିବାବେଳେ ସେମାନଙ୍କ ମଧ୍ୟରୁ 4 ଜଣ ଡେଙ୍ଗୁ ଆଇସିୟୁରେ ଭର୍ତ୍ତି ହୋଇଛନ୍ତି।
ସୋମବାର ଏସସିବିରେ 91ଟି ରକ୍ତନମୁନା ପରୀକ୍ଷା କରାଯାଇ ଥିବାବେଳେ 12ଟି ପଜିଟିଭ ଥିବା ଜଣାପଡିଛି। ସେଥିରୁ କଟକରୁ ସର୍ବାଧିକ 4 ଜଣ ଥିଲାବେଳେ, ଯାଜପୁରରୁ 2, ଜଗତସିଂହପୁର, ଖୋର୍ଦ୍ଧା, ମୟୂରଭଞ୍ଜ, ପୁରୀ ଓ ଢେଙ୍କାନାଳରୁ ଜଣେ ଲେଖାଏଁ ଡେଙ୍ଗୁରୋଗୀ ଅଛନ୍ତି।