ଓଡିଶା

odisha

By

Published : Jan 18, 2020, 11:21 PM IST

Updated : Jan 18, 2020, 11:46 PM IST

ETV Bharat / city

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

ଦେଶର ରାଜଧାନୀ ଦିଲ୍ଲୀରେ କଟକି ଦହିବରାର ରାଜ । ସମସ୍ତଙ୍କ ଦିଲ ଜିତିନେଲେ ବାବୁଲା ଦହିବରା । ସେଲଟର ଛକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସମସ୍ତଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଅଧିକ ଖବର ପଢନ୍ତୁ...

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା
ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନାଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

କଟକ: ଦେଶର ରାଜଧାନୀ ଦିଲ୍ଲୀରେ କଟକି ଦହିବରାର ରାଜ । ସମସ୍ତଙ୍କ ଦିଲ ଜିତିନେଲେ ବାବୁଲା ଦହିବରା । ସେଲଟର ଛକର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସମସ୍ତଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ହୋଇଥିବା ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀ ଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ତେବେ ଜୀବନସାରା ସମସ୍ତଙ୍କୁ ନିଜ ହାତର ସୁସ୍ବାଦୁ ଦହିବରା ଖୁଆଇବେ ବୋଲି ସେ କହିଛନ୍ତି।

କଟକର ଦହିବରାକୁ ନେଇ ଏବେ ଦିଲ୍ଲୀ ଦରବାରରେ ଚର୍ଚ୍ଚା । ସମସ୍ତଙ୍କ ଦିଲ ଜିତିଲା ବାବୁଲା ଦହିବରା । ସିଲଭରସିଟିର ଦହିବରା ବ୍ୟବସାୟୀ ପ୍ରଦୀପ୍ତ ସାହୁ ଓରଫ ସଭିଙ୍କ ପ୍ରିୟ ବାବୁଲା ଭାଇ ଦିଲ୍ଲୀରେ ଅନୁଷ୍ଠିତ ଜାତୀୟ ଷ୍ଟ୍ରିଟ ଫୁଡ଼ ଫେଷ୍ଟିଭାଲରେ 250 ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଜେତା ହୋଇଛନ୍ତି । ଏହାପରେ ବାବୁଲାଙ୍କ ଚଟପଟା ଦହିବରାକୁ ନେଇ ଚାରିଆଡେ ଚର୍ଚ୍ଚା। ଗ୍ରାହକଙ୍କ ଠାରୁ ଆରମ୍ଭ କରି ପରିବାର ଲୋକେ ବାବୁଲାଙ୍କ ଏହି ସଫଳତାରେ ଖୁବ ଖୁସି ।

ଦିଲ୍ଲୀରେ ବାସିଲା କଟକ ବାବୁଲାଙ୍କ ଦହିବରାର ବାସ୍ନା

ସେଲଟର ଛକ ସ୍ଥିତ ଶିବାଜୀ ନଗରରେ ଭଡା ଘରେ ରୁହନ୍ତି ବାବୁଲାଙ୍କ ପରିବାର । ଦିନ 10 ଟା ବାଜିଲେ ଚଳଚଞ୍ଚଳ ହୋଇପଡେ ବାବୁଲାଙ୍କ ଘର । ଆଳୁଦମ ଦହିବରା ଓ ଘୁଗୁନି ତିଆରି କରିବା ପାଇଁ ଆରମ୍ଭ ହୋଇଯାଏ କସରତ । ଆଉ ରୋଷେଇ କାମରେ ସାଥ ଦିଅନ୍ତି ବାବୁଲାଙ୍କ ପତ୍ନୀ ମଲ୍ଲିକା । ପ୍ରଥମେ ବରା ଛଣା ଓ ପରେ ପରେ ଘୁଗୁନୀ ଓ ଆଳୁଦମ ଛୁଙ୍କରେ ଫାଟିପଡେ ସମଗ୍ର ଅଞ୍ଚଳ । ଦୀର୍ଘ 25 ବର୍ଷରୁ ଊର୍ଦ୍ଧ୍ବ ସମୟ ଧରି ଦହିବରା ବ୍ୟବସାୟ କରି ନିଜର ଗୁଜୁରାଣ ମେଣ୍ଟାଉଛନ୍ତି ବାବୁଲା ।

ବାବୁଲାଙ୍କ ଦହିବରା ସ୍ବାଦ ଆଗରେ ଫିକା ପଡିଯାଏ ଦାମ । ଯିଏ ଯେଉଁଠି ଥାଉ ନା କାହିଁକି ବାବୁଲା ଦହିବରା ଖାଇ ପରେ ଗାଣ୍ଠିଆ ଟିକେ ନଖାଇଲେ ମନ ବୁଝେନା । ଆଉ ଦିଲ୍ଲୀରେ ବିଜୟ ପରେ ବାବୁଲା ଆଗକୁ ଯାଇ କଟକ ଦହିବରା କୁ ବିଶ୍ବ ସ୍ତରରେ ପହଞ୍ଚାଇବେ ବୋଲି ଆଶା ରଖିଛନ୍ତି ।

କଟକ ରୁ ପ୍ରଭୁକଲ୍ୟାଣ ପାଲ ଇଟିଭି ଭାରତ

Last Updated : Jan 18, 2020, 11:46 PM IST

ABOUT THE AUTHOR

...view details