ଓଡିଶା

odisha

ETV Bharat / city

ଇଦ ଉଲ ଜୁହା ପାଇଁ କଟକରେ ଆଗୁଆ ପ୍ରସ୍ତୁତି, କମିଶନରଙ୍କୁ ଭେଟିଲେ କଂଗ୍ରେସ ସଂଖ୍ୟାଲଘୁ କମିଟି

ଚଳିତ ମାସ 12 ତାରିଖରୁ ଆରମ୍ଭ ହେବ ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ଇଦ ଉଲ ଜୁହା । ଏନେଇ କଟକର ମୁସଲିମ ବହୁଳ ଅଞ୍ଚଳରେ ବ୍ୟାପକ ସଫେଇ ବ୍ୟବସ୍ଥା  କରିବାକୁ କମିଶନରଙ୍କୁ ଦାବି ଜଣାଇଛି କଂଗ୍ରେସ ସଂଖ୍ୟାଲଘୁ କମିଟି  ।

By

Published : Aug 6, 2019, 7:49 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆଉ କେଇଟା ଦିନ ପରେ ମୁସଲିମ ସମ୍ପ୍ରଦାୟର ପ୍ରମୁଖ ପର୍ବ ଇଦ ଉଲ ଜୁହା । ଏନେଇ ଆରମ୍ଭ ହୋଇଯାଇଛି ସମସ୍ତ ପ୍ରସ୍ତୁତି ପ୍ରକ୍ରିୟା । ଏହା ମୁସଲିମ ଭାଇ ଭଉଣୀଙ୍କ ପାଇଁ ଖୁବ୍‌ ଗୁରୁତ୍ବପୂର୍ଣ୍ଣ ପର୍ବ ହୋଇଥିବା ବେଳେ ପର୍ବ ପୂର୍ବରୁ କଟକର ମୁସଲିମ ବହୁଳ ଅଞ୍ଚଳରେ ବ୍ୟାପକ ସଫେଇ ବ୍ୟବସ୍ଥା କରିବାକୁ କମିଶନରଙ୍କୁ ଦାବି ଜଣାଇଛି କଂଗ୍ରେସ ସଂଖ୍ୟାଲଘୁ କମିଟି ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା, କଟକ

ଚଳିତ ମାସ 12 ତାରିଖରୁ ଆରମ୍ଭ ହୋଇ 14 ପର୍ଯ୍ୟନ୍ତ ଚାଲିବ ଇଦ ଉଲ ଜୁହା । 3 ଦିନ ଧରି ପାଳନ ହେଉଥିବା ଏହି ପର୍ବ ପାଇଁ ସମସ୍ତ ମୁସଲିମ ବହୁଳ ଅଞ୍ଚଳରେ ବ୍ୟାପକ ସଫେଇ ବ୍ୟବସ୍ଥା କରାଯାଉ ବୋଲି କହିଛନ୍ତି କମିଟି ଅଧ୍ୟକ୍ଷ ସେକ ଜିଆଉଦିନ । ଡ୍ରେନ ସଫା, ଅଳିଆ ଆବର୍ଜନାକୁ ଯଥା ସମୟରେ ଉଠାଇବା ଓ ବିଜୁଳିବତୀକୁ ମରାମତି କରିବା ଆଦି କାର୍ଯ୍ୟକୁ ଯଥାଶୀଘ୍ର ସମ୍ପୁର୍ଣ୍ଣ କରାଯାଉ ବୋଲି ସେ କହିଛନ୍ତି। ତେବେ ଏହି ଦିଗରେ ଯେତେ ଶୀଘ୍ର ଦୃଷ୍ଟିପାତ କରାଯିବ ପର୍ବଟି ବେଶ ସୁସ୍ଥ ଓ ଆନନ୍ଦରେ ପାଳିତ ହେବ ବୋଲି ସେକ ଜିଆଉଦିନ କହିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details