ଓଡିଶା

odisha

ETV Bharat / city

‘ଫନି ପ୍ରଭାବକୁ ନିଷ୍କ୍ରିୟ କରିବା ପାଇଁ ପ୍ରସ୍ତୁତ ଅଛି କଟକ’

ବାତ୍ୟା ଫନିକୁ ନେଇ କଟକ ଜିଲ୍ଲାପାଳଙ୍କ ଗୁରୁତ୍ବପୂର୍ଣ୍ଣ ପଦକ୍ଷେପ । ସବୁ ଦିଗରୁ ଫନିର ପ୍ରଭାବକୁ ନିଷ୍କ୍ରିୟ କରିବା ପାଇଁ ପ୍ରଶାସନ ପକ୍ଷରୁ ନିଆଯାଉଛି କଡା ଆଭିମୁଖ୍ୟ ।

By

Published : May 2, 2019, 7:53 PM IST

Updated : May 2, 2019, 9:33 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

କଟକ: ଆସୁଛି ପ୍ରଳୟଙ୍କରି ବାତ୍ୟା ଫନି । ଯାହାକୁ ନେଇ ଚିନ୍ତାରେ ଉପକୂଳବର୍ତ୍ତୀ ଜିଲ୍ଲା । ସିଲଭର ସିଟିରେ କିନ୍ତୁ ଫନି ମୁକାବିଲା ସଠିକ ଢଙ୍ଗରେ କରାଯିବ ବୋଲି ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ବସୁଛି ଘନ ଘନ ବୈଠକ । ଫନି ମୁକାବିଲା ପାଇଁ କଟକରେ ସ୍ୱତନ୍ତ୍ର ନିଯୁକ୍ତି ପାଇଥିବା ଆଇଏଏସ ସଞ୍ଜୀବ ଚୋପ୍ରାଙ୍କ କହିବାନୁଯାୟୀ ଯେପରି ସବୁ ଦିଗରୁ ଫନି ପ୍ରଭାବକୁ ନିଷ୍କ୍ରିୟ କରିହେବ ସେ ଦିଗରେ ଜିଲ୍ଲା ପ୍ରଶାସନ ନେଉଛି କଡା ଆଭିମୁଖ୍ୟ ।

ଭିଡିଓ ସୌଜନ୍ୟ: ସମ୍ବାଦଦାତା

ସ୍ଥାନାନ୍ତରିତ ପ୍ରକ୍ରିୟା ଠାରୁ ଆରମ୍ଭ କରି ସେଲଟର ହୋମ, ଆଶୁ ଚିକିତ୍ସା, ଖାଦ୍ୟ, ପାନୀୟ ଜଳ କିପରି ଲୋକମାନଙ୍କ ପାଖରେ ପହଞ୍ଚିବ ସେ ଦିଗରେ ଗୁରୁବାର ସମସ୍ତ ବିଧାୟକ ଓ ଡିସିପିଙ୍କ ସହ ଆଲୋଚନା କରିଛନ୍ତି ଜିଲ୍ଲାପାଳ ଅରବିନ୍ଦ ଅଗ୍ରୱାଲ ।

କଟକରୁ ପ୍ରଭୁକଲ୍ଯାଣ, ଇଟିଭି ଭାରତ

Last Updated : May 2, 2019, 9:33 PM IST

ABOUT THE AUTHOR

...view details