ଓଡିଶା

odisha

By

Published : Apr 17, 2022, 11:43 AM IST

Updated : Apr 17, 2022, 2:04 PM IST

ETV Bharat / city

Biju Patnaik Death Anniversary: ପ୍ରବାଦ ପୁରୁଷଙ୍କୁ ଝୁରୁଛି କଟକ

ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଶ୍ରାଦ୍ଧବାର୍ଷିକୀ । ଏହି ଅବସରରେ କଟକର ସମସ୍ତ ପ୍ରତିମୂର୍ତ୍ତି ଓ ବିଶେଷକରି ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଟକ ଜିଲ୍ଲାପାଳ, ମେୟର ଏବଂ ବିଜେଡି ଜିଲ୍ଲା ସଭାପତି । ଅଧିକ ପଢନ୍ତୁ

Biju Patnaik Death Anniversary: ବିଜୁ ବାବୁଙ୍କୁ ଝୁରୁଛି କଟକ
Biju Patnaik Death Anniversary: ବିଜୁ ବାବୁଙ୍କୁ ଝୁରୁଛି କଟକ

କଟକ:ଆଜି ପ୍ରବାଦ ପୁରୁଷ ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ୨୫ତମ ଶ୍ରାଦ୍ଧବାର୍ଷିକୀ(biju patnaik's death anniversary) । ବିଜୁବାବୁଙ୍କୁ ମନେ ପକାଉଛି ସାରା ଓଡିଶା । ଏହି ଅବସରରେ କଟକର ସମସ୍ତ ପ୍ରତିମୂର୍ତ୍ତି ଓ ବିଶେଷକରି ଆନନ୍ଦ ଭବନରେ ଥିବା ବିଜୁ ବାବୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି କଟକ ଜିଲ୍ଲାପାଳ, ମେୟର ଏବଂ ବିଜେଡି ଜିଲ୍ଲା ସଭାପତି ।

ପ୍ରବାଦ ପୁରୁଷଙ୍କୁ ଝୁରୁଛି କଟକ

ତେବେ ବିଜୁ ବାବୁଙ୍କ ଓଡିଶା ତଥା ଦେଶ ପ୍ରତି ଯେଉଁ ଅବଦାନ ରହିଛି ତାହା ଅତୁଳନୀୟ । ବିଜୁ ବାବୁ ଆଜି ଏଇ ଦୁନିଆରେ ନାହାନ୍ତି କିନ୍ତୁ ତାଙ୍କର କାମ କରିବାର ଶୈଳୀ ଏବେବି ଲୋକଙ୍କ ମନରେ ଜୀବିତ । 1997 ମସିହାରେ ଭୂମିପୁତ୍ର ଇହ ଧାମ ପରିତ୍ୟାଗ କରିଥିଲେ । କିନ୍ତୁ ସେ ଦେଖିଥିବା ସ୍ୱପ୍ନକୁ ତାଙ୍କ ପୁଅ ତଥା ରାଜ୍ୟର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯଥା ବିଧି ପୂର୍ବକ ପୁରା କରିଚାଲିଛନ୍ତି ବୋଲି କହିଛନ୍ତି ପୂର୍ବତନ ବିଧାୟକଙ୍କ ଠୁ ଆରମ୍ଭ କରି ମେୟରଙ୍କ ପର୍ଯ୍ୟନ୍ତ । କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟିନୀ, ମେୟର ସୁବାସ ସିଂ ଏବଂ ଜିଲ୍ଲା ବିଜେଡି ସଭାପତି ଦେବାଶିଷ ସାମନ୍ତରାୟ କଟକରେ ଥିବା ବିଜୁବାବୁଙ୍କ ସମସ୍ତ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିଛନ୍ତି ।

କଟକରୁ ପ୍ରଭୁ କଲ୍ୟାଣ ପାଲ, ଇଟିଭି ଭାରତ

Last Updated : Apr 17, 2022, 2:04 PM IST

ABOUT THE AUTHOR

...view details