କଟକ: ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ୮୩ ତମ ମନ କି ବାତ୍ (Maan ki Baat) କାର୍ଯ୍ୟକ୍ରମ ଥିଲା । ଏନେଇ କଟକ ନଗର ବିଜେପି ପକ୍ଷରୁ ବାରବାଟୀ ମହାନଦୀ ନିକଟରେ ଏକ ସ୍ବତନ୍ତ୍ର ବ୍ୟବସ୍ଥା କରାଯାଇଥିଲା । କାର୍ଯ୍ୟକ୍ରମ ଆରମ୍ଭରୁ ପ୍ରଧାନମନ୍ତ୍ରୀଙ୍କ ପ୍ରତିଟି କଥାକୁ ଶୁଣିଥିଲେ ସହରବାସୀ । ହଜାର ବର୍ଷର ସହର କଟକ ଏହି କାର୍ଯ୍ୟକ୍ରମରେ ସାମିଲ ହୋଇଥିବା ବେଳେ ଆଗାମୀ ଦିନରେ ମୋଦିଙ୍କ ଦ୍ଵାରା ନୂଆ ଷ୍ଟାଟ ଅପ୍ ମାଧ୍ୟମରେ ନୂତନ ସମ୍ଭାବନା ସୃଷ୍ଟି ହେବା ନେଇ ଆଶା ରଖିଛି ନଗର ବିଜେପି ।
ଆଜି ପ୍ରଧାନମନ୍ତ୍ରୀଙ୍କ ମାସିକ ରେଡିଓ କାର୍ଯ୍ୟକ୍ରମର ୮୩ ତମ ସଂସ୍କରଣ ଥିଲା । ପୂର୍ବାହ୍ନ ୧୧ଟାରେ ଏହି କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା । ଭାରତ ବର୍ଷର ସଂସ୍କୃତି ସଂସ୍କାର, ଆୟୁଷ୍ମାନ ଯୋଜନା, ଷ୍ଟାଟ ଅପ ସହ ଯୋଡି ହୋଇଥିବା ଯୁବ ଵର୍ଗଙ୍କୁ ପ୍ରଶଂସା କରିଛନ୍ତି ପ୍ରଧାନମନ୍ତ୍ରୀ । ଏହା ସହ ଆୟୁଷ୍ମାନ ଯୋଜନାରେ ସୁସ୍ଥ ହୋଇଥିବା ହିତାଧିକାରୀଙ୍କ ସହ ସିଧାସଳଖ କଥା ହୋଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ପ୍ରଧାନମନ୍ତ୍ରୀଙ୍କ ଏହି କାର୍ଯ୍ୟକ୍ରମକୁ ପ୍ରଶଂସା କରିଛନ୍ତି ରାଜ୍ୟ ମହିଳା ମୋର୍ଚ୍ଚା ସଭାନେତ୍ରୀ ସ୍ମୃତି ପଟ୍ଟନାୟକ ।