ଓଡିଶା

odisha

ETV Bharat / city

ଟେରାକୋଟା ବ୍ୟବସାୟକୁ ମାନ୍ଦାବସ୍ଥା ମାଡ, ବେପାରୀ ନିରାଶ

ଚଳିତ ବର୍ଷ ବାଲିଯାତ୍ରାରେ ଟେରାକୋଟା ବ୍ୟବସାୟୀଙ୍କ ବେପାର ମାନ୍ଦା। ବାଲିଯାତ୍ରାକୁ 5 ଦିନ ପୁରିଥିଲେ ବି ଆଜି ପର୍ଯ୍ୟନ୍ତ ହୋଇପାରୁନି ବ୍ୟବସାୟ। ଅଧିକ ଖବର ପଢନ୍ତୁ...

ଟେରାକୋଟା ବ୍ୟବସାୟକୁ ମାନ୍ଦାବସ୍ଥା ମାଡ, ବେପାରୀ ନିରାଶ

By

Published : Nov 17, 2019, 11:42 AM IST

କଟକ: ଐତିହାସିକ ବାଲିଯାତ୍ରାରେ ଜମୁଛି ଦର୍ଶକଙ୍କ ଖଚାଖଚ ଭିଡ଼। ଦିନ ଠାରୁ ରାତି ପର୍ଯ୍ୟନ୍ତ ବାଲିଯାତ୍ରା ପଡିଆରେ ଲୋକାରଣ୍ୟ ହେଉଥିବାର ପରିଲକ୍ଷିତ ହେଉଛି। ପଖାପାଖି 1500 ଷ୍ଟଲ ରହିଥବାରୁ ଲୋକେ ଖାଇବାଠୁ ଆରମ୍ଭ କରି ବିଭିନ୍ନ ଘରୋଇ ଆସବାପତ୍ର ଓ ସାମଗ୍ରୀ କିଣିବାରେ ବ୍ୟସ୍ତ । ସମସ୍ତେ ମେଳାର ମଜା ନେବାସହ ମୁହଁରେ ଦେଖିବାକୁ ମିଳୁଛି ଖୁସିର ଝଲକ।

ହେଲେ ଏତେ ଭିଡ଼ ଭିତରେ ନିରାଶ ହୋଇପଡିଛନ୍ତି ଟେରାକୋଟା ବ୍ୟବସାୟୀ। ଏମାନଙ୍କ ବେପାର ଏକଦମ ମାନ୍ଦାରେ ଚାଲିଛି। ବାଲିଯାତ୍ରାକୁ 5 ଦିନ ପୁରିଥିଲେ ବି ଆଜି ପର୍ଯ୍ୟନ୍ତ ହୋଇପାରୁନି ବ୍ୟବସାୟ। ଯାହାକୁ ନେଇ ଭାଙ୍ଗି ପଡିଛନ୍ତି କୋଲକାତାରୁ ଆସିଥିବା ଟେରାକୋଟା ବ୍ୟବସାୟୀ।

ଟେରାକୋଟା ବ୍ୟବସାୟକୁ ମାନ୍ଦାବସ୍ଥା ମାଡ, ବେପାରୀ ନିରାଶ

ଘରକୁ ଟେରାକୋଟାର ବିଭିନ୍ନ ଆଇଟମରେ ସଜେଇବା ପାଇଁ ଷ୍ଟଲ ପାଖକୁ ଆସୁଛନ୍ତି ଗ୍ରାହକ ହେଲେ କିଛି ନ କିଣି ମୁଁହ ଫେରାଉଛନ୍ତି। ତେବେ ଚଳିତ ବର୍ଷର ଚଢା ମୂଲ୍ୟକୁ ଆଖିଆଗରେ ରଖି ଏପରି ଆଚରଣ କରୁଛନ୍ତି ଗ୍ରାହକ । ଅନ୍ୟପଟେ ଆଗାମୀ ଦିନରେ ପ୍ରଭୁ ଯଦି ଚାହିଁବେ ତାହାଲେ କିଛି ବ୍ୟବସାୟ ହେବ ଓ କିଛି ଅର୍ଥ ଉପାର୍ଜନ କରି ଘର ଲେଉଟିବି ବୋଲି ନିରାଶ ହୋଇ କହିଛନ୍ତି ବ୍ୟବସାୟୀ।

ସବୁ ବର୍ଷ ଏହି ବ୍ୟବସାୟୀ ବେଶ ଲାଭବାନ ହୋଇଥାନ୍ତି। ହେଲେ ଚଳିତବର୍ଷ ଟେରାକୋଟା ବ୍ୟବସାୟରେ ମାନ୍ଦା ଅବସ୍ଥା ଆସିବା ବ୍ୟବସାୟୀଙ୍କୁ ହତାଶ କରିଛି। ତେବେ ଦେଖିବାକୁ ବାକି ରହିଲା ଆଗାମୀ ତିନି ଚାରି ଦିନରେ ବ୍ୟବସାୟରେ କେତେ ସଫଳ ହେଉଛନ୍ତି ଟେରାକୋଟା ବ୍ୟବସାୟୀ ।

କଟକରୁ ପ୍ରଭୁକଲ୍ୟାଣ ପାଲ,ଇଟିଭି ଭାରତ

ABOUT THE AUTHOR

...view details