କଟକ:ନୂଆ ବର୍ଷରେ ଆକାଶ ଛୁଆଁ ପରିବା ଦର ଯୋଗୁଁ ନିରାଶ ହୋଇଛନ୍ତି ଗ୍ରାହକ । ଯେଉଁ ପରିବା କିଣିବାକୁ ଦିନେ ଖାଉଟି ବ୍ୟାଗ୍ର ହେଉଥିଲା ଆଜି ତାହାକୁ କିଣିବାକୁ ପଛ ଘୁଞ୍ଚା ଦେଉଛନ୍ତି । ନୂଆବର୍ଷରେ ଭଲ ତଟକା ପରିବା ନେବାକୁ ପରିବା ବଜାର ଆସୁଛନ୍ତି ଲୋକେ । ହେଲେ ପରିବା ଦର ଶୁଣିଲେ ଗ୍ରାହକଙ୍କ ପରିବା କିଣିବେ କି ନକିଣିବେ ସେନେଇ ଦ୍ବନ୍ଦ୍ବରେ ପଡ଼ି ଯାଉଛନ୍ତି ।
ଗତବର୍ଷ ପ୍ରବଳ ବର୍ଷା ଓ ବାତ୍ୟା ଯୋଗୁଁ ପରିବା ଉତ୍ପାଦନ ବାଧାପ୍ରାପ୍ତ ହୋଇଛି । ଶୀତ ଦିନ ଅଧିକ ପରିବା ଉତ୍ପାଦନ ହୁଏ । କିନ୍ତୁ ଯେଉଁ ସମୟରେ ପରିବା ତୋଳା ହେବା କଥା ସେହି ସମୟରେ ଅଦିନିଆ ବର୍ଷା ଯୋଗୁଁ ସେସବୁ ପଚିସଢ଼ି ଯାଇଛି । ଫଳରେ ବଜାରକୁ ଆବଶ୍ୟକ ପରିମାଣର ପରିବା ଆସି ପାରୁନଥିବା ପରିବା ବ୍ୟବସାୟୀ କହିଛନ୍ତି ।