ଓଡିଶା

odisha

ETV Bharat / city

ଏମବିବିଏସ ସିଟ ନାଁରେ ଠକେଇ, ଅଭିଯୁକ୍ତ ଗିରଫ - Fraud MBBS

ଏମବିବିଏସ ସିଟ ଦେବା ପାଇଁ ୬୯ ଲକ୍ଷ ଟଙ୍କା ଠକେଇ ହୋଇଥିବା ଅଭିଯୋଗରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ । ଏହି ଠକାମିର ଶିକାର ହୋଇଛନ୍ତି ଆସାମର ଜଣେ ବ୍ୟକ୍ତି।

fraud case
ଏମବିବିଏସ ନାଁରେ ଠକେଇ, ଅଭିଯୁକ୍ତ ଗିରଫ

By

Published : Dec 3, 2019, 11:39 PM IST

କଟକ: ଟଙ୍କା ଦିଅ ମ୍ୟାନେଜମେଣ୍ଟ କୋଟାରେ ଏମବିବିଏସରେ ସିଟ କରାଇ ଦେବି । ଏଭଳି ପ୍ରତିଶୃତି ଦେଇ ଲକ୍ଷାଧିକ ଟଙ୍କା ଲୁଟ ଅଭିଯୋଗ ପରେ ଅଭିଯୁକ୍ତକୁ ଗିରଫ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଅଭିଯୁକ୍ତଙ୍କ ନିକଟରୁ ୮ ଲକ୍ଷ ଟଙ୍କାର ୪ଟି ଫିକସ ଡିପୋଜିଟ ଜବତ କରିବା ସହ, ୨୨ ଲକ୍ଷ ଟଙ୍କାର ଏକ ଆପାର୍ଟମେଣ୍ଟକୁ ସିଜ କରିଛି କ୍ରାଇମବ୍ରାଞ୍ଚ ପୋଲିସ । ଆଜି ଉକ୍ତ ଅଭିଯୁକ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବାର ଜଣାପଡିଛି । ଏହି ଠକାମିର ଶିକାର ହୋଇଛନ୍ତି ଆସାମର ଜଣେ ବ୍ୟକ୍ତି ।

ଗତ 2015 ମସିହା ଜୁଲାଇ ପ୍ରଥମ ସପ୍ତାହରେ ଆସାମର ସୁଜିତ ନାଥ ନିଜ ଝିଅର ଏମବିବିଏସ ଆଡମିସନ ସମ୍ପର୍କରେ ବୁଝିବା ପାଇଁ କିସ୍‌ ଆସିଥିଲେ । ବିଭିନ୍ନ ବ୍ୟକ୍ତିଙ୍କ ସହ ବୁଝିସୁଝା କରିବା ପରେ ସୌମ୍ୟକାନ୍ତ ମହାନ୍ତି ନାମକ ଜଣେ ବ୍ୟକ୍ତିଙ୍କ ହାବୁଡରେ ପଡିଥିଲେ । ସୌମ୍ୟ ନିଜର ମ୍ୟାନେଜମେଣ୍ଟ କୋଟାରେ ଆଡ଼ମିଶନ କରାଇ ଦେବା ସହ ଟଙ୍କା ଦେବାକୁ କହିଥିଲେ । ଏହାପରେ ପ୍ରଥମେ 2 ଲକ୍ଷ ଟଙ୍କାର କ୍ୟାସ ଦେଇଥିଲେ ସୁଜିତ ପରେ ଆକାଉଣ୍ଟ ମାଧ୍ୟମରେ 51 ଲକ୍ଷ ଟଙ୍କା । ଏପରି 69ଲକ୍ଷ ଟଙ୍କା ସୌମ୍ୟଙ୍କୁ ପ୍ରଦାନ କରିଥିଲେ ସୁଜିତ ।

ଏହାପରେ ଝିଅର ଆଡ଼ମିସନ ପାଇଁ ସୁଜିତ ସୌମ୍ୟକୁ ବାରମ୍ବାର ଫୋନ କରିଥିଲେ । ହେଲେ ପ୍ରତିଥର ଆଡମିସନ ତାରିଖ ଘୁଞ୍ଚାଉଥିଲେ ସୌମ୍ୟ । ତେବେ ଆଡମିସନ ନ ହେବାରୁ ଟଙ୍କା ଫେରସ୍ତ କରିବାକୁ କହିଥିଲେ ସୁଜିତ । ଏହା ପରେ ସୌମ୍ୟଙ୍କ ଆଉ କୌଣସି ଯୋଗଯୋଗ ହୋଇ ପାରିନଥିଲା । ଏଥିରେ ସନ୍ଦେହ ହେବାରୁ ଗତ ଜୁନ 24ରେ କ୍ରାଇମବ୍ରାଞ୍ଚରେ ନିକଟରେ ଏତଲା ଦେଇଥିଲେ ଠକାମିର ଶିକାର ହୋଇଥିବା ବ୍ୟକ୍ତି । କେବଳ ସୌମ୍ୟ ନୁହେଁ ଏଥିରେ ତାର କିଛି ସହଯୋଗୀ ମଧ୍ୟ ସମ୍ପୃକ୍ତି ଥିଲେ । ଅଭିଯୋଗ ପରେ ଘଟଣାର ତଦନ୍ତ କରିଥିଲା କ୍ରାଇମବ୍ରାଞ୍ଚ ପୋଲିସ ।


କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details