ଓଡିଶା

odisha

ETV Bharat / city

ଡାକ୍ତରଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା: ତଦନ୍ତ ଆରମ୍ଭ କଲା କ୍ରାଇମଵ୍ରାଞ୍ଚର ସାଇଵର ସେଲ

କଟକ ମର୍କତନଗରରେ ରହୁଥିବା ଅଵସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତିଙ୍କ ସହ ହୋଇଥିଵା ସାଇଵର ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମଵ୍ରାଞ୍ଚର ସାଇଵର ସେଲ। ଅଧିକ ପଢନ୍ତୁ...

ଡାକ୍ତରଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା
ଡାକ୍ତରଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା

By

Published : Feb 18, 2021, 7:56 PM IST

କଟକ: ଅଵସରପ୍ରାପ୍ତ ଡାକ୍ତରଙ୍କ ସହ ହୋଇଥିବା ସାଇଵର ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମଵ୍ରାଞ୍ଚର ସାଇଵର ସେଲ। କଟକ ମର୍କତନଗରରେ ରହୁଥିବା ଅଵସରପ୍ରାପ୍ତ ଡାକ୍ତର ସନାତନ ମହାନ୍ତିଙ୍କ ସହ ହୋଇଥିଵା ସାଇଵର ଠକେଇ ଘଟଣାର ତଦନ୍ତ ଆରମ୍ଭ କରିଛି କ୍ରାଇମଵ୍ରାଞ୍ଚର ସାଇଵର ସେଲ।

ଡାକ୍ତରଙ୍କ ଆକାଉଣ୍ଟରୁ ଟଙ୍କା ଗାଏବ ଘଟଣା

ଠକେଇର ଶିକାର ହୋଇଥିଵା ଡାକ୍ତର ସନାତନ ଗୁରୁବାର କ୍ରାଇମଵ୍ରାଞ୍ଚରେ ହାଜର ହୋଇ କ୍ରାଇମଵ୍ରାଞ୍ଚ ଏଡିଜିଙ୍କୁ ସମସ୍ତ ତଥ୍ୟ ଦେଇଛନ୍ତି। ସାଇଵର ଲୁଟେରାମାନେ ତାଙ୍କ ଏସଵିଆଇ ଆକାଉଣ୍ଟରୁ ପ୍ରାୟ ୭୮ ଲକ୍ଷ ଟଙ୍କା ଗାଏଵ୍ କରି ନେଇଥିଵା ସାଇଵର ଥାନାରେ ଏତଲା ଦେଇଥିଲେ।

ଗୁରୁବାର କ୍ରାଇମଵ୍ରାଞ୍ଚ ଏଡିଜି ସୌମେନ୍ଦ୍ର ପ୍ରିୟଦର୍ଶୀ ସନାତନଙ୍କ ଅଭିଯୋଗର ଅନୁଧ୍ୟାନ କରିଛନ୍ତି। ସନାତନ ନିଜେ କ୍ରାଇମଵ୍ରାଞ୍ଚର ସାଇଵର ସେଲ୍ ଯାଇ ସମସ୍ତ ତଥ୍ୟ ଏଡିଜିଙ୍କୁ ଜଣାଇଛନ୍ତି। ସେହିପରି ବ୍ୟାଙ୍କ କର୍ତ୍ତୃପକ୍ଷଙ୍କୁ ଦାୟୀ କରିଛନ୍ତି ଡାକ୍ତର।

ସେପଟେ ଵିଡାନାସୀ ଏସଵିଆଇ ଶାଖା କର୍ତ୍ତୃପକ୍ଷ କହିଛନ୍ତି ଡାକ୍ତର ସନାତନ ତାଙ୍କର ନେଟ୍ ଵ୍ୟାଙ୍କିକ ଵ୍ୟଵସ୍ଥା ନଥିଵା କଥା ପ୍ରଥମେ ଵ୍ୟାଙ୍କରେ କହିଥିଲେ। ଯେତେବେଳେ ସନାତନ ପ୍ରଥମେ ଵ୍ୟାଙ୍କରେ ଅଭିଯୋଗ କରିଵାକୁ ଆସିଥିଲେ । ସେତେବେଳେ ନେଟ୍ ଵ୍ୟାଙ୍କିଙ୍ଗ ଥିବା କଥା କହିଥିଲେ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details