କଟକ: ଫନି ପ୍ରଭାବିତଙ୍କୁ ସହାୟତାର ହାତ ବଢ଼ାଇଛି କ୍ରେଡାଇ ସଂସ୍ଥା । ସଂସ୍ଥା ପକ୍ଷରୁ 50ଜଣ ବସ୍ତିବାସିନ୍ଦାଙ୍କୁ ଟିଣ ଓ ସୋଲାର ଲାଇଟ ପ୍ରଦାନ କରାଯାଇଛି । ଆଗକୁ ଭୁବନେଶ୍ବର ଓ ପୁରୀରେ କ୍ଷତିଗ୍ରସ୍ତଙ୍କୁ ସାହାଯ୍ୟ କରାଯିବ ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି ।
ଫନି ପ୍ରଭାବିତଙ୍କ ମୁହଁରେ ହସ ଫୁଟାଇଲା କ୍ରେଡାଇ
ଫନି ବ୍ୟାତାରେ କ୍ଷତିଗ୍ରସ୍ତ ହୋଇଥିବା ବସ୍ତିବାସିନ୍ଦାକୁ ସାହାଯ୍ୟ କରିବାକୁ ଆଗେଇ ଆସିଛି କ୍ରେଡାଇ । ସଂସ୍ଥା ପକ୍ଷରୁ ବସ୍ତି ବାସିନ୍ଦାକୁ ଟିଣ ଓ ସୋଲାର ଲାଇଟ ବଣ୍ଟନ କରାଯାଇଛି ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
କ୍ରେଡାଇର ଏଭଳି ପ୍ରୟାସକୁ ପ୍ରଶଂସା କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ଆଗକୁ ଏଭଳି କାର୍ଯ୍ୟକ୍ରମ ଜାରି ରଖିବାକୁ ସେ କହିଛନ୍ତି । ଗତ ମେ 3 ତାରିଖରେ ଆସିଥିବା ପ୍ରଳୟଙ୍କାରୀ ବାତ୍ୟା ଫନିରେ ବହୁ ଲୋକେ ବେଘର ହୋଇଯାଇଥିଲେ । ବିଶେଷ କରି କଟକରେ ରହୁଥିବା ବସ୍ତିବାସିନ୍ଦା ନାନା ଅସୁବିଧାର ସମ୍ମୁଖିନ ହୋଇଥିଲେ ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ