କଟକ: କୋରୋନା ଦିନକୁ ଦିନ କାୟା ବିସ୍ତାର କରୁଥିବାବେଳେ କୋଭିଡ ନିୟମ ଉଲ୍ଲଙ୍ଘନ କରି ବଜାରରେ ଭିଡ଼ ଜମାଉଛନ୍ତି ଲୋକେ । ବାରମ୍ବାର ସଚେତନ କରିବା ସତ୍ତ୍ୱେ ନିୟମ ଉଲ୍ଲଙ୍ଘନ କରୁଛନ୍ତି ଅଭ୍ୟାସଗତ ଅମାନିଆ । ଫଳରେ ସଂକ୍ରମଣ ଆହୁରି ବ୍ୟାପିବାର ସମ୍ଭାବନା ରହିଛି । ତେଣୁ ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରିବା ପାଇଁ ବଜାର ବୁଲୁଛନ୍ତି ନିଜେ କଟକ ଡିସିପି ।
ବଜାରରେ ଭିଡ଼ ଜମାଇଲେ ଏଣିକି ମାମଲା ରୁଜୁ ହେବ: କଟକ ଡିସିପି - ବଜାରରେ ଭିଡ ଜମାଇବାକୁ ବାରଣ
କଟକରେ ନିୟମ ଉଲ୍ଲଙ୍ଘନକାରୀଙ୍କୁ ସାବାଡ଼ କରିବା ପାଇଁ ବଜାର ବୁଲୁଛନ୍ତି ନିଜେ ଡିସିପି । ଏଣିକି ନିୟମ ଖିଲାପ କଲେ ଖିଲାପକାରୀ ବିରୋଧରେ ହେବ ମାମଲା ରୁଜୁ । ଅଧିକ ପଢନ୍ତୁ...
ବଜାରରେ ଭିଡ଼ ଜମାଇଲେ ଏଣିକି ମାମଲା ରୁଜୁ ହେବ: କଟକ ଡିସିପି
ବଜାରରେ ଯେପରି ଗହଳି ନ ଜମେ, ତାହା ଉପରେ ଦୃଷ୍ଟି ରଖିବାକୁ ବଜାର କମିଟିମାନଙ୍କ ସହ ଆଲୋଚନା କରିଛନ୍ତି ଡିସିପି ପ୍ରତୀକ ସିଂହ । ସେହିପରି ଅମାନିଆଙ୍କୁ ସାବାଡ଼ କରିବାକୁ ଚରମବାଣୀ ଶୁଣାଇଛନ୍ତି । ଏଣିକି କୋଭିଡ ନିୟମ ଉଲ୍ଲଙ୍ଘନ କରି ବଜାରରେ ଭିଡ଼ ଜମାଇଲେ ସମ୍ପୃକ୍ତ ଉଲ୍ଲଙ୍ଘନକାରୀଙ୍କୁ ବିରୋଧରେ ମାମଲା ରୁଜୁ କରାଯିବ ବୋଲି ଡିସିପି କହିଛନ୍ତି ।
କଟକରୁ ନାରାୟଣ ସାହୁ, ଇଟିଭି ଭାରତ