କଟକ: ସିଲଭରସିଟିରେ 200 ତଳକୁ ଖସୁନି କୋଭିଡ ପଜେଟିଭ ରେଟ୍ । କିନ୍ତୁ ପୂର୍ବ ଅବସ୍ଥାକୁ ଆଲୋଚନା କଲେ ବହୁ ମାତ୍ରାରେ ସଂକ୍ରମଣ ସଂଖ୍ୟା ହ୍ରାସ ପାଇଛି । ବ୍ୟାପକ ଆଣ୍ଟିଜେନ ଟେଷ୍ଟରେ ମଧ୍ୟ ପଜିଟିଭ ରେଟ କମ ଆସୁଛି । ତେଣୁ ବର୍ତ୍ତମାନ ସମୟରେ ଅନେକ ସିସିସି ଓ ଡେଡିକେଟେଡ଼ କୋଭିଡ ହସ୍ପିଟାଲ ବନ୍ଦ ହୋଇଛି । ଯାହା ଏକ ଆଶ୍ୱସ୍ଥିକର ଖବର ।
7 ରୁ 10 ଦିନ ମଧ୍ୟରେ କଟକରେ ନିୟନ୍ତ୍ରଣକୁ ଆସିବ କୋରୋନା: ADMO
କଟକରେ 7 ରୁ 10 ଦିନ ମଧ୍ୟରେ ସଂକ୍ରମଣ ହ୍ରାସ ପାଇବ ବୋଲି ଏଡିଏମଓଙ୍କ ସୂଚନା । ଅଧିକ ପଢନ୍ତୁ...
ଏହାସହ ଅଶ୍ୱିନୀ ଓ ଏସସିବିରେ ଯେତିକି କୋଭିଡ ବେଡ଼ ରହିଛି ତାହା ମଧ୍ୟ ହ୍ରାସ ପାଉଛି । ତେଣୁ ଆଉ 7 ରୁ 10 ଦିନ ମଧ୍ୟରେ କଟକରେ କୋଭିଡ ସମ୍ପୂର୍ଣ୍ଣ ଆୟତ୍ତ ହେବା ସ୍ପଷ୍ଟ ହେଉଛି ବୋଲି ଏଡିଏମଓ ଉମେଶ ରାଏ କହିଛନ୍ତି । ଏସସିବି ମେଡିକାଲରେ ଆହୁରି କୋଭିଡ ଆଇସିୟୁ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଉଛି । କାରଣ ଦ୍ୱିତୀୟ ଲହରରେ ଅନେକ ରୋଗୀ ଶୀଘ୍ର ଗୁରୁତର ହେଉଛନ୍ତି । ତେଣୁ ଆଇସିୟୁ ବଢିବା ନେଇ ସିଏମସି କମିଶନର ଓ ସିଡିଏମଓ ଟିମ ଏସିବି ଭ୍ରମଣ କରି ଏହି ଦିଗରେ ଆଲୋଚନା କରିଛନ୍ତି । ଏହାସହ କୋଭିଡ଼ ମୃତ୍ୟୁ ହାରକୁ ନନେଇ ଚିନ୍ତା ରହିଛି । ଖୁବଶୀଘ୍ର ଏହି ଦିଗ ମଧ୍ୟ ନିଷ୍କ୍ରିୟ ହୋଇଯିବ ବୋଲି କହିଛନ୍ତି ଏଡିଏମଓ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ