ଓଡିଶା

odisha

ETV Bharat / city

ଚୌଦ୍ୱାରରେ ଦୁର୍ନୀତିର ଗନ୍ଧ, ଚାଉଳ ବଣ୍ଟନରେ ଜାଲିଆତି ଅଭିଯୋଗ - ଚାଉଳ ବଣ୍ଟନରେ ଅଭିଯୋଗ ଖବର

ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ରାସନ କାର୍ଡଧାରୀଙ୍କୁ ଟାର୍ଗେଟ। ଚାଉଳ ଦେବା ନାଁ ରେ ଚାଲିଛି ହରିଲୁଟ । ସେଲ ସେଣ୍ଟରରୁ ଆସିଛି ଏପରି ଅଭିଯୋଗ । ଅଧିକ ପଢନ୍ତୁ...

chaudwar corruption public distribution system
ଚୌଦ୍ୱାରରେ ଦୁର୍ନୀତିର ଗନ୍ଧ,ଚାଉଳ ବଣ୍ଟନରେ ଜାଲିଆତି ଅଭିଯୋଗ

By

Published : May 29, 2021, 9:45 PM IST

କଟକ: ଚୌଦ୍ବାରରେ ଦୁର୍ନୀତିର ଗନ୍ଧ । ରାସନ କାର୍ଡଧାରୀଙ୍କୁ ଟାର୍ଗେଟ । ଚାଉଳ ଦେବା ନାଁରେ ଚାଲିଛି ହରିଲୁଟ । ସେଲ ସେଣ୍ଟରରୁ ଆସିଛି ଏପରି ଅଭିଯୋଗ । ଯାହାକୁ ନେଇ ଥାନାର ଦ୍ବାରସ୍ଥ ହୋଇଛନ୍ତି ହିତାଧିକାରୀ ।

ଚୌଦ୍ୱାରରେ ଦୁର୍ନୀତିର ଗନ୍ଧ,ଚାଉଳ ବଣ୍ଟନରେ ଜାଲିଆତି ଅଭିଯୋଗ

ସୂଚନାଯୋଗ୍ୟ, ଚୌଦ୍ବାର ପୌରପାଳିକା ଅନ୍ତର୍ଗତ ୬ ନମ୍ବର ୱାର୍ଡରେ ରାସନ କାର୍ଡ ହିତାଧିକାରୀଙ୍କୁ ମୁଣ୍ଡମାଳ ଗ୍ରାମ ନବ ଜ୍ୟୋତି କ୍ଲବରେ ଚାଉଳ ବଣ୍ଟନ କରାଯାଉଥିଲା । ଉକ୍ତ ଅଞ୍ଚଳର କିଛି ବ୍ୟକ୍ତି ଚାଉଳ ନେଇ ଓଜନ କରିବାରୁ ପ୍ରତ୍ୟେକଙ୍କର ୨ କେଜିରୁ ୩ କେଜି ଊର୍ଦ୍ଧ୍ବ ଚାଉଳ କମ ଥିବା ଅଭିଯୋଗ ହୋଇଥିଲା । ଯାହାକୁ ନେଇ ଉକ୍ତ ୱାର୍ଡର ନାରାୟଣ ସ୍ବାଇଁ, ସତ୍ୟବ୍ରତ ପାତ୍ର, ସବିତା ବିଶ୍ବାଳ ଓ ବାସନ୍ତୀ ପଣ୍ଡା ଉକ୍ତ କେନ୍ଦ୍ରକୁ ଯାଇ ସେଲ ସେଣ୍ଟର ଦାୟିତ୍ବରେ ଥିବା ପବିତ୍ର ମହାପାତ୍ରଙ୍କୁ ଏ ବିଷୟରେ ଅବଗତ କରାଇଥିଲେ । କିନ୍ତୁ ପବିତ୍ର ମହାପାତ୍ର ସେମାନଙ୍କୁ ଦୁର୍ବ୍ୟବହାର କରିବା ସହ ସେଲ ସେଣ୍ଟରକୁ ଏଠାରୁ ଉଠାଇ ନିଆଯିବ ବୋଲି ଧମକ ଦେଇଥିଲେ ବୋଲି କହିଛନ୍ତି ହିତାଧିକାରୀ । ଏହାପରେ ହିତାଧିକାରୀ ଗଣମାଧ୍ୟମକୁ ଜଣାଇ ଦେବୁ ବୋଲି କହିବାରୁ ସମ୍ପୃକ୍ତ ବ୍ୟକ୍ତି ରାସନ କେନ୍ଦ୍ରକୁ ବନ୍ଦ କରିଦେଇଥିଲେ ।

ଏ ନେଇ ଆଜି ଚୌଦ୍ଵାର ପୌରପାଳିକା ଅଧିକାରୀଙ୍କୁ ଲିଖିତ ଅଭିଯୋଗ କରିବା ସହ ଚୌଦ୍ଵାର ଥାନାରେ ଠକେଇ ଅଭିଯୋଗ କରିଛନ୍ତି । ସେଣ୍ଟର ଦାୟିତ୍ବରେ ଥିବା ପବିତ୍ର ମହାପାତ୍ରଙ୍କୁ ଗିରଫ ପାଇଁ ହିତାଧିକାରୀମାନେ ଦାବି ରଖିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details