କଟକ: ଜିଲ୍ଲାରେ ଦିନକୁ ଦିନ କାୟା ବିସ୍ତାର କରୁଛି କୋରୋନା ମହାମାରୀ । ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା । ତେବେ ସଂକ୍ରମଣକୁ ରୋକିବା ପାଇଁ ସହରକୁ ସଟଡାଉନ ଘୋଷଣା କରାଯାଇଛି । ମାତ୍ର ସଟଡାଉନ ନିୟମକୁ ଉଲ୍ଲଙ୍ଘନ କରୁଛନ୍ତି ଅଭ୍ୟାସଗତ କିଛି ଅମାନିଆ ।
ଯାହାକି ଏବେ ସମସ୍ତଙ୍କ ପାଇଁ ଚିନ୍ତାର ବିଷୟ ପାଲଟିଛି । ବାରମ୍ବାର ତଣ୍ଡ ଦେଉଛନ୍ତି କିନ୍ତୁ ସୁଧୁରୁନାହାଁନ୍ତି । ସ୍ଥିତି ଏମିତିକି ପ୍ରତ୍ୟେକ ଦିନ ହଜାର ହଜାର ହଜାର ଟଙ୍କା ଫାଇନ କଲେକ୍ସନ କରୁଛି କମିଶନରେଟ ପୋଲିସ ।