ଓଡିଶା

odisha

ETV Bharat / city

ବେଉସା ଉଜାଡିଦେଲା କୋରୋନା ଲକଡାଉନ - cuttack news

ମହାମାରୀ କୋରୋନାକୁ ନେଇ ଚାରିଆଡେ ଆତଙ୍କ । କୋରୋନା ଆସିବା ପରଠାରୁ ସବୁ ଦିଗରେ ଦୃଶ୍ୟମାନ ହେଉଛି ଦୁର୍ଦ୍ଦଶା। ଫଳ ଓ ପନିପରିବା ବ୍ୟବସାୟ ଉପରେ ମଧ୍ୟ ଚଡକ ପଡିଛି। ଲକଡାଉନ ଲାଗୁ ହେବା ଦିନଠୁ ପନିପରିବା ଓ ଫଳ ବ୍ୟବସାୟରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କଟକରେ କିପରି ରହିଛି ବ୍ୟବସାୟୀଙ୍କ ଦୁଃଖ ତାହା ଦେଖିଲେ ସ୍ବତଃ ବାରି ହୋଇପଡୁଛି । ଅଧିକ ପଢନ୍ତୁ...

corona-lockdown-effect-on-fruit-and-vegitable-traders-in-cuttack
ଫଳ ଓ ପରିବା ବ୍ୟବସାୟୀଙ୍କ ଉପରେ କରୋନା ପ୍ରଭାବ,ଚିନ୍ତାରେ ବ୍ୟବସାୟୀ

By

Published : Apr 8, 2020, 12:23 PM IST

କଟକ: ମହାମାରୀ କରନାକୁ ନେଇ ଚାରିଆଡେ ଆତଙ୍କ। ଦିନକୁ ଦିନ ନିଜର କାୟା ବିସ୍ତାର କରୁଛି ଏହି ମହାମାରୀ। ତେବେ କୋରୋନା ଆସିବା ପରଠାରୁ ସବୁ ଦିଗରେ ଦୃଶ୍ୟମାନ ହେଉଛି ଦୁର୍ଦଶା। କାରଣ ଲକଡାଉନ ସମୟରେ ଯୋଗାଯୋଗ ପରିବହନଠୁ ଆରମ୍ଭ କରି ଖାଦ୍ୟ ଯୋଗାଣ ପର୍ଯ୍ୟନ୍ତ ସବୁ ପ୍ରମୁଖ ଦିଗ ଗୁଡିକକୁ ମହାମାରୀ ବେଶ ପ୍ରଭାବିତ କରିଛି। ଏହାରି ଭିତରେ ଫଳ ଓ ପନିପରିବା ବ୍ୟବସାୟ ଉପରେ ମଧ୍ୟ ଚଡକ ପଡିଛି। ଲକଡାଉନ ଲାଗୁ ହେବା ଦିନଠୁ ପନିପରିବା ଓ ଫଳ ବ୍ୟବସାୟରେ ଏକ ପ୍ରକାର ପୂର୍ଣ୍ଣଚ୍ଛେଦ ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବନାହିଁ। କଟକରେ କିପରି ରହିଛି ବ୍ୟବସାୟୀଙ୍କ ଦୁଃଖ ତାହା ଦେଖିଲେ ସ୍ବତଃ ବାରି ହୋଇପଡୁଛି।

ଫଳ ଓ ପରିବା ବ୍ୟବସାୟୀଙ୍କ ଉପରେ କରୋନା ପ୍ରଭାବ,ଚିନ୍ତାରେ ବ୍ୟବସାୟୀ

ସିଲଭର ସିଟିରେ ଲକଡାଉନ ଆରମ୍ଭ ହେବା ଦିନଠୁ ଫଳ ବ୍ୟବସାୟ ପୁରା ମାନ୍ଦାରେ ଚାଲିଛି। ସହର ସାରା ଶୂନଶାନ । ଦୋକାନରେ ପଡିରହିଛି ଫଳ କିନ୍ତୁ ନାଁ ଗ୍ରାହକ ଆସୁଛନ୍ତି ନାଁ ବିକ୍ରି ହୋଇପାରୁଛି । ଧୀରେ ଧୀରେ ବିକ୍ରି ଆଶା ବି ମଉଳି ଯାଉଛି। କାରଣ ଲକଡାଉନ କଟକଣା ଫଳରେ ଫଳ ଦୋକାନରେ ଆଉ ଗ୍ରାହକଙ୍କ ଭିଡ଼ ଜମୁନାହିଁ। ଯେଉଁ ଫଳ ସବୁ ଥିଲା ତାହା ବି ପ୍ରବଳ ଗରମରେ ନଷ୍ଟ ହୋଇ ଯାଉଛି। କେତେ ପାଣି ଛିଞ୍ଚି ଫଳକୁ ସତେଜ ରଖିବେ ବ୍ୟବସାୟୀ। ଶେଷରେ ପଚା ଫଳକୁ ରାସ୍ତା କଡ଼କୁ ପିଙ୍ଗିବା ହିଁ ସାର। ଯେଉଁ ସମୟରେ ଫଳ ବିକି ଦି ପଇସା ରୋଜଗାର କରିବା ଲକ୍ଷ ରଖିଥିଲେ ଏହି ଫଳ ବ୍ୟବସାୟୀ ତାହା ଏହି ପ୍ରକୃତି ଆଗରେ ସବୁ ଫିକା ପଡିଯାଇଛି।

ଅନ୍ୟପଟେ ଓଡ଼ିଶାର ସବୁଠାରୁ ବଡ ମଣ୍ଡି କୁହାଯାଉଥିବା ଛତ୍ରବଜାରରେ ବି ସମାନ ପରିସ୍ଥିତି। ଏଠାରେ ପନିପରିବା ପାଇଁ ବଜାରରେ ଲୋକଙ୍କ ଗହଳି ରହିଥାଏ କିନ୍ତୁ ପୂର୍ବଭଳି ଆଉ ଭଲ ବ୍ୟବସାୟ ନାହିଁ। ଲକଡାଉନ ଘୋଷଣା ହେବାପରେ କ୍ଷତିରେ ଚାଲିଛି ବ୍ୟବସାୟ। ଯାହା ଦୁଇ ପଇସା ରୋଜଗାର ହୋଇଥାଆନ୍ତା, ପୋଲିସର କଟକଣା ଫଳରେ ଅନେକ ସମସ୍ୟାର ସମୁଖୀନ ହେଉଛନ୍ତି ପନିପରିବା ବ୍ୟବସାୟୀ। ଯାହାଦ୍ବାରା ବ୍ୟବସାୟୀ ମାନେ ମୁଣ୍ଡରେ ହାତ ଦେଲେଣି । ଫଳ ଓ ପନିପରିବା ବିଭିନ୍ନ ଅଞ୍ଚଳରୁ ଆସିଥାଏ ତାହା ଯଦି ଠିକ ସମୟରେ ବିକ୍ରି ନ ହୁଏ ତାହା ପୋଚି ନଷ୍ଟ ହୋଇଯାଏ । ଫଳ ପନିପରିବା ନଷ୍ଟ ହେବା ଯୋଗୁଁ ବ୍ୟବସାୟୀ କ୍ଷତି ସହୁଛନ୍ତି । ଏ ସମସ୍ୟାରୁ ଆମକୁ କେବଳ ଭଗବାନ ହିଁ ଭରସା ବୋଲି କହିଛନ୍ତି ଛତ୍ରବଜାର ବ୍ୟବସାୟୀ ସଂଘ ସମ୍ପାଦକ ଦେବେନ୍ଦ୍ର ସାହୁ।

ମାହମାରୀ କୋରୋନାର ପ୍ରଭାବ ଫଳ ଓ ପନିପରିବା ବ୍ୟବସାୟୀ ଉପରେ କ୍ଷତି ପହଞ୍ଚାଇଛି। ଗ୍ରାହକ ନାହାନ୍ତି ଅଛି କୋରୋନା। ଯେତେ ଚାହିଁଲେ ବି ବେପାର ମାନ୍ଦା। ଯଦି ଏହି ଭଳି ସ୍ଥିତି ଲାଗି ରହେ ତେବେ ଆଗମୀ ଦିନରେ ଚିତ୍ର କଣ ହେବ ତାହା କଣ ହେବ ନକହିବା ଭଲ ।

କଟକରୁ ପ୍ରଭୁକଲ୍ୟାଣ ପାଲଙ୍କ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details