ଓଡିଶା

odisha

By

Published : Jan 6, 2021, 9:58 AM IST

ETV Bharat / city

କୋଭିଡ ନିୟମକୁ ଫୁ’ କରି କଟକରେ ଶକ୍ତି ପ୍ରଦର୍ଶନ କଲା କଂଗ୍ରେସ

ରାଜ୍ୟରେ ଆଇନ ଶୃଙ୍ଖଳା ବିଗୁଡୁଥିବା ଅଭିଯୋଗରେ କଂଗ୍ରେସର ଶକ୍ତି ପ୍ରଦର୍ଶନ । କୋଭିଡ୍‌ ନିୟମକୁ ଫୁ ! ଅଧିକ ପଢନ୍ତୁ...

ଶକ୍ତି ପ୍ରଦର୍ଶନ
ଶକ୍ତି ପ୍ରଦର୍ଶନ

କଟକ: ରାଜ୍ୟରେ ଆଇନ ଶୃଙ୍ଖଳା ବିଗୁଡୁଥିବା ଅଭିଯୋଗ କରି କଟକରେ କଂଗ୍ରେସର ରଣ ହୁଙ୍କାର। ରାଜ୍ୟ ଯୁବ କଂଗ୍ରେସ ପକ୍ଷରୁ ମଙ୍ଗଳବାର କଟକରେ ପୋଲିସ ମୁଖ୍ୟାଳୟ ଆଗରେ ବଡ ଧରଣର ବିକ୍ଷୋଭ ପ୍ରଦର୍ଶନ କରାଯାଇଛି।

ଶକ୍ତି ପ୍ରଦର୍ଶନ

ଏଥିରେ ରାଜ୍ୟ ଯୁବ କଂଗ୍ରେସ ସଭାପତିଙ୍କ ସହ ରାଜ୍ୟର ବିଭିନ୍ନ ଜିଲ୍ଲାର ଯୁବ କଂଗ୍ରେସ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏହାସହ ଅଭିଭକ୍ତ କଟକ ଜିଲ୍ଲାର ଶତାଧିକ କଂଗ୍ରେସ କର୍ମୀ ମଧ୍ୟ ଯୋଗ ଦେଇଥିଲେ।

ତେବେ ବିକ୍ଷୋଭ ବେଳେ ପୋଲିସ ଉପରକୁ କିଛି କଂଗ୍ରେସ କର୍ମୀ ଅଣ୍ଡା ଓ ବିଲାତି ବାଇଗଣ ମାଡ କରିଥିବା ଅଭିଯୋଗ ହୋଇଛି। ସେପଟେ କିଛି କଂଗ୍ରେସ କର୍ମୀଙ୍କ ଠାରୁ ପୋଲିସ ବିଲାତି ବାଇଗଣ ଓ ଅଣ୍ଡା ଜବତ୍ କରିଛି।

ଅଣ୍ଡାମାଡ ଘଟଣାକୁ ଖଣ୍ଡନ କରିଛନ୍ତି କଂଗ୍ରେସ ରାଜ୍ୟ ସଭାପତି। ବିରୋଧୀ ଜାଣିଶୁଣି ଏଭଳି ଷଡଯନ୍ତ୍ର କରିଥାଇପାରନ୍ତି ବୋଲି ସଭାପତି କହିଛନ୍ତି। ସେହିପରି କୋଭିଡ ନିୟମକୁ ଖୋଲାଖୋଲି ଉଲଂଘନ କରି କଂଗ୍ରେସ ପ୍ରତିବାଦ କରିଥିବା ଦେଖାଦେଇଛି ।

ଏପରିକି ବାଜା ବଜାଇ ଶୋଭାଯାତ୍ରା କରି ଏହି ଆନ୍ଦୋଳନ କରିଛି କଂଗ୍ରେସ। ଏହି ପ୍ରତିବାଦ ସଭାରେ ହଜାର ହଜାର ଲୋକଙ୍କ ସମାବେଶ ଦେଖିବାକୁ ମିଳିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details