କଟକ: ସିଟି ମେଡିକାଲ ଦୂରାଵସ୍ଥା ନେଇ ସିଡିଏମଓଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ । ମେଡିକାଲ ରେ ରୋଗୀ ସଂଖ୍ୟା ବଢ଼ୁଥିବା ବେଳେ ବେଡ଼ ସଂଖ୍ୟା କମ, ରକ୍ତ ମିଳିବାରେ ସମସ୍ୟା, ବିଭିନ୍ନ ପରୀକ୍ଷା କରିବାରେ ଅବ୍ୟବସ୍ଥା ଦେଖାଯାଉଛି । ତେବେ ଖୁବ ଶୀଘ୍ର ଏହାର ବିକାଶ ହେବାନେଇ ସିଡିଏମଓଙ୍କୁ ଭେଟି ଦାବି ଜଣାଇଛି କଂଗ୍ରେସ ।
ସିଟି ମେଡିକାଲ ଅବ୍ୟବସ୍ଥା ନେଇ ସିଡିଏମଓଙ୍କୁ ଭେଟିଲା କଂଗ୍ରେସ
ସିଟି ମେଡିକାଲ ଦୂରାଵସ୍ଥା ନେଇ ସିଡିଏମଓଙ୍କୁ ଭେଟିଛି କଂଗ୍ରେସ ପ୍ରତିନିଧି ଦଳ ।
ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ
ସିଡିଏମଓଙ୍କ ସହ ହୋଇଥିବା ଆଲୋଚନାରେ ମେଡିକାଲ ସ୍ଥିତି କିପରି ଖୁବ ଶୀଘ୍ର ବଦଳିବ ସେ ଦିଗରେ ଆଲୋଚନା କରାଯାଇଛି । ସହରର ସର୍ବ ପୁରାତନ ମେଡିକାଲ ହୋଇଥିବାରୁ ଏହାର ଗୁରୁତ୍ବ ରହିବା ଦରକାର ବୋଲି କଂଗ୍ରେସ କହିଛି।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ