କଟକ:ରାଜ୍ୟରେ ମମିତା ହତ୍ୟାକାଣ୍ଡକୁ ନେଇ ରାଜନୈତିକ ଝଡ଼ ଥମିବାର ନାଁ ନେଉନି । ଏହି ହତ୍ୟା ଘଟଣାକୁ ନେଇ ରାଜ୍ୟ ରାଜନୀତି ନେଇ ସରଗରମ ରହିଛି । ପ୍ରମୁଖ ବିରୋଧୀମାନେ ଗୃହ ରାଷ୍ଟ୍ରମନ୍ତ୍ରୀଙ୍କୁ ବରଖାସ୍ତ କରିବାକୁ ଦାବି କରିଛନ୍ତି । କଂଗ୍ରେସ ମଧ୍ୟ ତାହାର ଆନ୍ଦୋଳନକୁ ଆହୁରି ତୀବ୍ରତର କରିବାରେ ଲାଗିଛି । ଏହି କ୍ରମରେ ଆସନ୍ତା ୧୨ ତାରିଖରେ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦେଇଛି କଂଗ୍ରେସ ।
ବନ୍ଦ ଡାକରାରେ ସହରବାସୀଙ୍କୁ ସହାୟତା କରିବାକୁ ନିବେଦନ କରିଛନ୍ତି ବାରବାଟୀ ବିଧାୟକ ମହମ୍ମଦ ମୋକିମ । ନଭେମ୍ବର ୧୨ ତାରିଖରେ ସକାଳ ୬ଟାରୁ ମଧ୍ୟାହ୍ଣ ୧୨ଟା ପର୍ଯ୍ୟନ୍ତ ଚକାଜାମ କରିବ କଂଗ୍ରେସ । କେବଳ ଅତ୍ୟାବଶ୍ୟକ ସାମଗ୍ରୀ ବ୍ୟତୀତ ଅନ୍ୟ ସମସ୍ତ ଦୋକାନ ବଜାର ବନ୍ଦ ରହିବ । ସେହି ଦିନ ରାଜ୍ୟରେ କେବଳ ଜରୁରୀ ସେବା ପାଇଁ କୌଣସି ପ୍ରତିବନ୍ଧ ରହିବ ନାହିଁ । ଏହି ବନ୍ଦ ଡାକରାରେ ବିଭିନ୍ନ ସଙ୍ଗଠନଙ୍କୁ ସାମିଲ ହେବା ପାଇଁ ମଧ୍ୟ ମୋକିମ ଅନୁରୋଧ କରିଛନ୍ତି ।