ଓଡିଶା

odisha

ETV Bharat / city

ଡାକ୍ତରଙ୍କ ଅବହେଳାରୁ ଚାଲିଗଲା ଶିଶୁର ଜୀବନ

ଗତ ଗୁରୁବାର କଟକ ଶିଶୁ ଭବନରେ ଜଣେ 7ମାସ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି। ଅଧିକ ପଢନ୍ତୁ...

By

Published : Feb 1, 2020, 6:17 PM IST

complain against sisu bhawan in cuttack
ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ଶିଶୁର ଜୀବନ

କଟକ: ଶିଶୁ ଭବନ ନାଁରେ ସାଙ୍ଘାତିକ ଅଭିଯୋଗ । ଡାକ୍ତରଙ୍କ ଅବହେଳା ନେଲା 7 ମାସ ଶିଶୁର ଜୀବନ । ଗତ ଗୁରୁବାର କଟକ ଶିଶୁ ଭବନରେ ଜଣେ 7ମାସ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳା ଯୋଗୁ ଶିଶୁର ମୃତ୍ୟୁ ହୋଇଥିବା ପରିବାର ଲୋକେ ଅଭିଯୋଗ କରିଛନ୍ତି ।

ଗତ ଗୁରୁବାର ବିଡାନାସୀ ଅଞ୍ଚଳର ଜଣେ 7ମାସ ଶିଶୁର ଝାଡା ହେଉଥିଲା । ଏହାପରେ ପରିବାର ଲୋକେ ଶିଶୁକୁ କଟକ ଶିଶୁ ଭବନ ଆଣିଥିଲେ । ମାତ୍ର ଗୁରୁବାର ରାତିରେ ଶିଶୁର ମୃତ୍ୟୁ ଘଟିଥିଲା । ଡାକ୍ତରଙ୍କ ଅବହେଳାରୁ ଶିଶୁର ମୃତ୍ୟୁ ହୋଇଥିବା ନେଇ ପରିବାର ଲୋକେ ଅଭିଯୋଗ ଆଣିଛନ୍ତି ।

ଡାକ୍ତରଙ୍କ ଅବହେଳା ଯୋଗୁ ଚାଲିଗଲା ଶିଶୁର ଜୀବନ

ଏହା ସହ ଶିଶୁ ଭବନରେ ଡାକ୍ତର ଏବଂ ନର୍ସ ସେମାନଙ୍କୁ ର୍ଦୁବ୍ୟବହାର କରିଥିବା ମଧ୍ୟ ଅଭିଯୋଗ ହୋଇଛି । ଏହି କ୍ରମରେ ଶନିବାର କଂଗ୍ରେସର ଏକ ଟିମ ଶିଶୁ ଭବନ ଗସ୍ତ କରି ସୁପରଟେଣ୍ଡଙ୍କ ସହ ବିଧିବଦ୍ଧ ଭାବେ ଆଲୋଚନା କରିଛନ୍ତି । ଅନ୍ୟପଟେ ଏହି ଅଭିଯୋଗ ଆଧାରରେ ଏକ ତଦନ୍ତ କମିଟି ଗଠନ କରାଯାଇଛି ବୋଲି ଶିଶୁ ଭବନ ସୁପରଟେଣ୍ଡ ସରୋଜ ଶତପଥୀ କହିଛନ୍ତି । ଏହାଛଡା ଯେଉଁମାନେ ଦୁର୍ବ୍ୟବହାର କରିଛନ୍ତି ସେମାନଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବା ସହ ଏହି ଘଟଣାର ସମସ୍ତ ସତ୍ୟାସତ୍ୟ ସମ୍ନାକୁ ଆସିବ ବୋଲି ସୁପରଟେଣ୍ଡ କହିଛନ୍ତି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଈଟିଭି ଭାରତ

ABOUT THE AUTHOR

...view details