ଓଡିଶା

odisha

ETV Bharat / city

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

ସରିଲା କଟକର ଐତିହାସିକ ବାଲିଯାତ୍ରା । 9 ଦିନରେ ନିଜ ଖୁସିକୁ ଭୁଲି ଲୋକଙ୍କ ସୁରକ୍ଷା ଦିଗରେ ତତ୍ପର ଥିଲା କମିଶନରେଟ ପୋଲିସ । ଆଉ ଦିନରାତି ଏକ କରି ପୋଲିସ ଦେଇଥିଲା ସମସ୍ତଙ୍କୁ ସୁରକ୍ଷା । ଅଧିକ ଖବର ପଢନ୍ତୁ...

By

Published : Nov 20, 2019, 11:38 PM IST

Updated : Nov 22, 2019, 1:47 PM IST

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

କଟକ: ସରିଲା କଟକର ଐତିହାସିକ ବାଲିଯାତ୍ରା । ଲୋକାରଣ୍ୟ ହୋଇଥିବା ପଡିଆ ଶୂନଶାନ ହୋଇଯିବ । ତେବେ ଏହି 9 ଦିନ ବ୍ୟାପି ଯାତ୍ରାରେ ବୁଧବାର ପଡିଛି ପୂର୍ଣ୍ଣଚ୍ଛେଦ। ଏହି ସମସ୍ତ ଦିନରେ ନିଜ ଖୁସିକୁ ଭୁଲି ଲୋକଙ୍କ ସୁରକ୍ଷା ଦିଗରେ ତତ୍ପର ଥିଲା କମିଶନରେଟ ପୋଲିସ । ତେବେ ବୁଧବାର ଥିଲା ଐତିହାସିକ ବାଲିଯାତ୍ରାର ଶେଷ ଦିନ । ଆଉ ଦିନରାତି ଏକ କରି ପୋଲିସ ଦେଇଥିଲା ସମସ୍ତଙ୍କୁ ସୁରକ୍ଷା ।

ବାଲିଯାତ୍ରାରେ ମନ କିଣିଲା କମିଶନରେଟ ପୋଲିସ

ଶେଷ ହୋଇଛି ବିଶ୍ବ ପ୍ରସିଦ୍ଧ କଟକ ବାଲିଯାତ୍ରା । ବୁଧବାର ଶେଷ ଦିନ ଥିବାରୁ ମହାନଦୀ ଉପର ଓ ତଳ ପଡିଆରେ ଦେଖିବାକୁ ମିଳିଥିଲା ଅସମ୍ଭାଳ ଭିଡ । ଘରକରଣା ଠାରୁ ଆରମ୍ଭ କରି ଇଲେକ୍ଟ୍ରୋନିକ୍ସ ସବୁ ସାମଗ୍ରୀ ଗୋଟିଏ ଯାଗାରେ ମିଳୁଥିବାରୁ ଲୋକଙ୍କ ମନରେ ଉତ୍କଣ୍ଠା ନକହିଲେ ସରେ । ଆଉ ବାଲିରେ ବୁଲି ବୁଲି ଥକିବା ପରେ ସାମ୍ନାରେ ଥାଏ ଚଟପଟା ଖାଦ୍ୟର ଆସର । ଗୋଟେ ପଟେ ସମସ୍ତେ ନିଜ ମଜାରେ ମସଗୁଲ ଥିବା ବେଳେ ଅନ୍ୟପଟେ ନିଜର ଖୁସିକୁ ଲୁଚାଇ କର୍ତ୍ତବ୍ୟ କରିଥିଲେ ପୋଲିସ। ଟ୍ରାଫିକ ଠୁ ଆରମ୍ଭ କରି ପାର୍କିଂ ଓ ପଡିଆ ମଧ୍ୟରେ ଉଭୟ ସାଦା ଓ ଖାକି ପୋଷାକରେ ପଇଁତରା ମାରୁଥିଲେ ପୋଲିସ କର୍ମଚାରୀ ।

କେବଳ ସେତିକି ନୁହେଁ, ଗହଳିରେ ଯଦି ଆବାଳବୃଦ୍ଧବନିତା ହଜୁଛନ୍ତି ତାକୁ ମଧ୍ୟ ଖୋଜି ବାହାର କରିଛି କମିଶନରେଟ ପୋଲିସ । ତେବେ କହିବାକୁ ଗଲେ 9 ଦିନ ଧରି ଚାଲିଥିବା ଏହି ବାଲିଯାତ୍ରାରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ସୂଚାର ରୂପେ ଶେଷ ହୋଇଛି ବୋଲି କହିଛନ୍ତି କଟକ ଡିସିପି । ପୋଲିସର ଏପରି ସୁରକ୍ଷା ବ୍ୟବସ୍ଥାକୁ ବେଶ ତାରିଫ କରିବା ସହ ପଦକ୍ଷେପକୁ ସ୍ବାଗତଯୋଗ୍ୟ ବୋଲି କହିଛନ୍ତି ଦର୍ଶକ ।

ବାଲିଯାତ୍ରା ଆରମ୍ଭ ହେବା ପୂର୍ବରୁ ଶେଷ ପର୍ଯ୍ୟନ୍ତ ପୋଲିସ ଲିଭାଇଛି ତାର ଗୁରୁଦାୟିତ୍ବ । ତେବେ କହିବାକୁ ଗଲେ ବାଲିଯାତ୍ରାରେ ଦିଲ ଜିତିନେଲା କମିଶନରେଟ ପୋଲିସ ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

Last Updated : Nov 22, 2019, 1:47 PM IST

ABOUT THE AUTHOR

...view details