ଓଡିଶା

odisha

ETV Bharat / city

Agnipath Impact: କଟକରେ ଅଗ୍ନିପଥ ନିଆଁ, ଅସନ୍ତୁଷ୍ଟ ଆଶାୟୀଙ୍କୁ କାବୁ କଲା ପୋଲିସ

କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଓ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ସିଲ୍‌ଭର ସିଟି କଟକରେ ଏହାର ଏକ ଚିତ୍ର ଶୁକ୍ରବାର ଦେଖିବାକୁ ମିଳିଥିଲା । ବିକ୍ଷୋଭକାରୀ ବ୍ୟାପକ ଭଙ୍ଗାରୁଜା କରିଥିଲେ । ଅଧିକ ପଢ଼ନ୍ତୁ

Agnipath Impact: ଅସନ୍ତୁଷ୍ଟ ଆଶାୟୀଙ୍କ ବ୍ୟାପକ ଭଙ୍ଗାରୁଜା, କାବୁ କଲା କମିଶନରେଟ ପୋଲିସ
Agnipath Impact: ଅସନ୍ତୁଷ୍ଟ ଆଶାୟୀଙ୍କ ବ୍ୟାପକ ଭଙ୍ଗାରୁଜା, କାବୁ କଲା କମିଶନରେଟ ପୋଲିସ

By

Published : Jun 17, 2022, 9:26 PM IST

କଟକ:କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ନେଇ ସାରା ଦେଶରେ ବିକ୍ଷୋଭ ଓ ହିଂସାକାଣ୍ଡ ଦେଖିବାକୁ ମିଳୁଛି । ଏଥିରୁ ଓଡିଶା ମଧ୍ୟ ବାଦ୍‌ ପଡ଼ିନାହିଁ । ହଜାର ହଜାର ସଂଖ୍ୟକ ଆଶାୟୀ ଆଜି କଟକର ସେନା ନିଯୁକ୍ତି କାର୍ଯ୍ୟାଳୟ ସାମ୍ନାରେ ବିକ୍ଷୋଭ କରିବା ସହ ସ୍ଥାନୀୟ ଅଞ୍ଚଳରେ ଭଙ୍ଗାରୁଜା କରିଥିଲେ । ଆନ୍ଦୋଳନ ଅଣାୟତ୍ତ ହେବାରୁ ପୋଲିସ ଲାଠି ଚାର୍ଜ କରି ସ୍ଥିତି ନିୟନ୍ତ୍ରିତ କରିଥିଲା । କିନ୍ତୁ ଆଶାୟୀଙ୍କ ମଧ୍ୟରେ ଏବେ ବି ଅସନ୍ତୋଷ ଭାବ ରହିଥିବାରୁ ଏହାକୁ ନେଇ ସତର୍କ ରହିଛି କମିଶନରେଟ ପୋଲିସ ।

Agnipath Impact: ଅସନ୍ତୁଷ୍ଟ ଆଶାୟୀଙ୍କ ବ୍ୟାପକ ଭଙ୍ଗାରୁଜା, କାବୁ କଲା କମିଶନରେଟ ପୋଲିସ


କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରିବାକୁ ଯାଇ କଟକରେ ହିସାଂକାଣ୍ଡ ଭିଆଇଛନ୍ତି ଆଶାୟୀ ପ୍ରାର୍ଥୀ । ନେତୃତ୍ବ ବିହିନ ପ୍ରାୟ ଦେଢ ହଜାର ଯୁବକଙ୍କ ଭିଡ଼ କ୍ୟାଣ୍ଟନମେଣ୍ଟ ରୋଡ୍‌ଠାରୁ ଆରମ୍ଭ କରି ଚଣ୍ଡି ଛକ, କନିକା ଛକ, ବିଜୁପଟ୍ଟନାୟକ ଛକ, ତୁଳସୀପୁର ଓ ବାଲିଯାତ୍ରା ପଡ଼ିଆ ନିକଟ ଗଡଗଡ଼ିଆ ଛକ ପର୍ଯ୍ୟନ୍ତ ଭଙ୍ଗାରୁଜା କରିଥିଲେ । ଏହି ଯୁବଗୋଷ୍ଠୀଙ୍କୁ ନିୟନ୍ତ୍ରଣ କରିବାକୁ ପୋଲିସକୁ ନାକେଦମ୍‌ ହେବାକୁ ପଡ଼ିଥିଲା । ସମସ୍ତ ଉଦ୍ୟମ ଫେଲ ମାରିବା ପରେ ଶେଷରେ ଲାଠି ଚାର୍ଜ କରିଥିଲା ପୋଲିସ । ଆନ୍ଦୋଳନକାରୀଙ୍କୁ ଗୋଡାଇ ଗୋଡ଼ାଇ ପିଟିଥିଲା । ପୋଲିସର ଲାଠିମାଡ ପରେ ବିକ୍ଷୋଭକାରୀଙ୍କ ମେଳି ଭାଙ୍ଗିବା ସହ ଆନ୍ଦୋଳନ ପ୍ରଶମିତ ହୋଇଥିଲା ।

ପରବର୍ତ୍ତୀ ସମୟରେ କୌଣସି ଅପ୍ରିତିକର ପରିସ୍ଥିତି ସୃଷ୍ଟି ହେବା ଆଶଙ୍କା କରି ଆନ୍ଦୋଳନକାରୀଙ୍କୁ ସନ୍ଧ୍ୟା ପର୍ଯ୍ୟନ୍ତ ଅଟକ ରଖିଥିଲା ପୋଲିସ । ଏସବୁ ପରେ ମଧ୍ୟ ଆନ୍ଦୋଳନକାରୀମାନେ ନିଜ ଦୋଷ ମାନିବାକୁ ନାରାଜ ରହିଥିବା ଦେଖିବାକୁ ମିଳିଥିଲା । କଟକ କ୍ୟାଣ୍ଟନମେଣ୍ଟ ରୋଡ ନିକଟରେ ଥିବା ସେନା ନିଯୁକ୍ତି କାର୍ଯ୍ୟାଳୟ ନିକଟରେ ବିକ୍ଷୋଭ କରିବାର କାର୍ଯ୍ୟକ୍ରମ ଥିଲା । ଏନେଇ ପୋଲିସ ପାଖରେ ଆଗୁଆ ସୂଚନା ଥିବାରୁ ପୋଲିସ ଏଥିପାଇଁ ପ୍ରସ୍ତୁତ ମଧ୍ୟ ଥିଲା । କିନ୍ତୁ ପୋଲିସର ଆକଳନଠାରୁ ଢେର ଅଧିକ ଆଶାୟୀ ପ୍ରାର୍ଥୀ ଆନ୍ଦୋଳନରେ ସାମିଲ ହୋଇଥିଲେ । ଏବଂ ପୋଲିସ ସହ କଥା କଟାକଟି ପରେ ହଜାର ହଜାର ଯୁବକଙ୍କ ଏହି ଭିଡ଼ ହଠାତ ଉଗ୍ର ହୋଇ ଉଠିଥିଲା । ତେବେ ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିବା ସହ ତାଗିଦ କରି ଛାଡ଼ି ଦିଆଯାଇଛି ।

ବିକ୍ଷୋଭ ପ୍ରଦର୍ଶନ ଯୋଗୁଁ ହୋଇଥିବା କ୍ଷୟକ୍ଷତିର ଆକଳନ କରାଯାଉଥିବା କହିଛନ୍ତି କଟକ ଡିସିପି । ତେବେ କୌଣସି ପ୍ରକାର ଅପ୍ରୀତିକର ପରିସ୍ଥିତିକୁ ଏଡ଼ାଇବା ପାଇଁ ସେନା ନିଯୁକ୍ତି କାର୍ଯ୍ୟାଳୟ ନିକଟରେ ବ୍ୟାପକ ପୋଲିସ ଫୋର୍ସ ମୁତୟନ ରହିଛନ୍ତି ।

ABOUT THE AUTHOR

...view details