ଓଡିଶା

odisha

By

Published : Oct 22, 2021, 8:56 PM IST

Updated : Oct 22, 2021, 9:17 PM IST

ETV Bharat / city

SCB ବାହାରେ ବିକ୍ରି ହେଉଛି ରୋଗ ! ମେଡ଼ିକାଲ ରୋଡ ଅପମିଶ୍ରିତ ଖାଦ୍ୟର ପେଣ୍ଠସ୍ଥଳ

ରୋଗୀ କିମ୍ବା ତାଙ୍କ ସମ୍ପର୍କୀୟ SCB ମେଡିକାଲ ରୋଡ଼ରେ ଥିବା ହୋଟେଲରୁ ଖାଉଛନ୍ତି କି ଖାଦ୍ୟ ? ତେବେ.. ହୋଇଯାଅନ୍ତୁ ସାବଧାନ । କାରଣ ଏହା ଖାଦ୍ୟ ନୁହେଁ, ଯେପରି ବଡ଼ ବଡ଼ ରୋଗ ! ଅଧିକ ପଢନ୍ତୁ...

SCB ବାହାରେ ବେଶୀ ରୋଗ ! ମେଡ଼ିକାଲ ରୋଡ ଅପମିଶ୍ରିତ ଖାଦ୍ୟର ପେଣ୍ଠସ୍ଥଳ
SCB ବାହାରେ ବେଶୀ ରୋଗ ! ମେଡ଼ିକାଲ ରୋଡ ଅପମିଶ୍ରିତ ଖାଦ୍ୟର ପେଣ୍ଠସ୍ଥଳ

କଟକ: ରାଜ୍ୟର କୋଣ ଅନୁକୋଣରୁ ରୋଗୀ ଆସନ୍ତି ଏସବି ବଡ଼ ମେଡ଼ିକାଲ । କାରଣ ଏଠାରେ ହୁଏ ଉନ୍ନତ ମାନର ଚିକିତ୍ସା । ହେଲେ ଗୋଟିଏ ପଟେ ଉନ୍ନତ ଚିକିତ୍ସା ଅନ୍ୟପଟେ ଏସିବି ବାହାରେ ବେଶି ରୋଗ ଗ୍ରସ୍ତ ହୋଇ ପଡୁଛନ୍ତି ରୋଗୀ । ଏହାର କାରଣ ହେଉଛି ରାସ୍ତା କଡ଼ରେ ଗଢି ଉଠିଥିବା ଖାଇବା ହୋଟେଲ । ଦେଖନ୍ତୁ ରିପୋର୍ଟ ।

SCB ବାହାରେ ବେଶୀ ରୋଗ ! ମେଡ଼ିକାଲ ରୋଡ ଅପମିଶ୍ରିତ ଖାଦ୍ୟର ପେଣ୍ଠସ୍ଥଳ

ଏସିବି ମେଡ଼ିକାଲ ରୋଡ଼ ରେ ବଢୁଛି ରୋଗୀ ଙ୍କ ସଂଖ୍ୟା । ଆଉ ଏସିବି ରେ ହେଉଛନ୍ତି ଚିକିତ୍ସା । ମେଡ଼ିକାଲ ରୋଡ଼ ରେ ଥିବା ହୋଟେଲ ରୁ ଖାଉଛନ୍ତି କି ଖାଦ୍ୟ । ତେବେ ହୋଇଯାଅନ୍ତୁ ସାବଧାନ । କାରଣ ଏହା ଖାଦ୍ୟ ନୁହେଁ ବଡ଼ ବଡ଼ ରୋଗ ।

ଦେଖନ୍ତୁ ଏହି ଚିତ୍ର । ଏହା ହେଉଛି ଏସିବି ମେଡ଼ିକାଲ ରାସ୍ତା ପାର୍ଶ୍ଵ ଇ ଥିବା ଖାଇବା ହୋଟେଲ । ଖାଇବା ସାମଗ୍ରୀ ବେଶ ଆଖିଦୃଶିଆ ହୋଇଛି ସତ , ହେଲେ ଭିତରେ ଭରି ରହିଛି ରୋଗ ର ଗନ୍ତାଘର । ସିଏମସି ପକ୍ଷରୁ ଉକ୍ତ ହୋଟେଲ ମାନଙ୍କୁ ବାରମ୍ବାର ଚେତାବନୀ ଦିଆଯାଇଥିଲେ ସୁଦ୍ଧା ବେଫିକର ହୋଇ ବିକ୍ରି ହେଉଥିଲା ଏହି ଅପମିଶ୍ରିତ ଖାଦ୍ୟ । ଯାହା ମଣିଷ ଶରୀର ପାଇଁ ବେଶ କ୍ଷତି କାରକ । ତେବେ ଏହି ଅପମିଶ୍ରିତ ଖବର ପାଇ ସିଏମସି ଆଜି ସମସ୍ତ ହୋଟେଲ ଉପରେ କରିଛି ଚଢ଼ାଉ । ଆଉ କ୍ବିଣ୍ଟାଲ କ୍ବିଣ୍ଟାଲ ଖାଦ୍ୟ ସମଗ୍ରୀକୁ କରିଛି ନଷ୍ଟ ।

ଅନ୍ୟପଟେ କେବଳ ଏସିବି ନୁହେ ବରଂ ଆଚାର୍ଯ୍ୟ ହରିହର କର୍କଟ କେନ୍ଦ୍ର ମଧ୍ୟ ସେଠାରେ ରହିଛି । ପ୍ରତିଦିନ ହଜାର ହଜାର ରୋଗୀ ବିଶେଷକରି କ୍ୟାନ୍ସର ରୋଗୀ ମେଡ଼ିକାଲ ଆସୁଛନ୍ତି । ତେବେ ନିଜର ଅମୂଲ୍ୟ ଜୀବନ ବଞ୍ଚାଇବା ପାଇଁ ଆସୁଥିବା ରୋଗୀ ଏହି ଖାଦ୍ୟ ଖାଇଲେ କଣ ଯେ ହେବ ତାହା ଜଣାପଡି ଯାଉଛି ।


ତେବେ ଏସିବି ମେଡ଼ିକାଲ ଚିକିତ୍ସା ଦିଗରେ ଏକ ନମ୍ବର । ହେଲେ ନିକଟ ରାସ୍ତା ପାର୍ଶ୍ଵ ରେ ହୋଟେଲ ଖାଦ୍ୟ ରୋଗର କେନ୍ଦ୍ରବିନ୍ଦୁ ବୋଲି ସ୍ପଷ୍ଟ ହୋଇଛି । ଯଦି ସିଏମସି ଏହି ଦିଗରେ ଆଗକୁ ଦୃଢ କାର୍ଯ୍ୟାନୁଷ୍ଠାନ ନ ନିଏ ତେବେ କେତେ ଯେ ସୁସ୍ଥ ଲୋକ ରୋଗୀ ହେବେ ତାହା ଏବେଠୁ ବାରି ହୋଇ ପଡୁଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ୍, ଇଟିଭି ଭାରତ

Last Updated : Oct 22, 2021, 9:17 PM IST

ABOUT THE AUTHOR

...view details