ଓଡିଶା

odisha

ETV Bharat / city

ଆସୁଛି ଇଦଉଲ ଜୁହା ପର୍ବ, କଟକଣା ମାନିବାକୁ ସିଏମସିର ଅପିଲ୍

ଆସନ୍ତା ୧୦ ତାରିଖରେ ପାଳନ କରାଯିବ ଇସଲାମ ଧର୍ମାବଲମ୍ବୀଙ୍କ ଇଦଉଲ ଜୁହା ପର୍ବ। ଏଥିପାଇଁ ପ୍ରସ୍ତୁତ ହେଲାଣି ସିଏମସି । ଅଧିକ ପଢ଼ନ୍ତୁ

By

Published : Jul 4, 2022, 5:05 PM IST

ଆସୁଛି ଇଦଉଲ ଜୁହା ପର୍ବ, କଟଟଣା ମାନିବାକୁ ସିଏମସିର ଅପିଲ୍
ଆସୁଛି ଇଦଉଲ ଜୁହା ପର୍ବ, କଟଟଣା ମାନିବାକୁ ସିଏମସିର ଅପିଲ୍

କଟକ : ଆସନ୍ତା ୧୦ ତାରିଖରେ ପାଳନ କରାଯିବ ଇସଲାମ ଧର୍ମାବଲମ୍ବୀଙ୍କ ଇଦଉଲ ଜୁହା ପର୍ବ। ଏଥିପାଇଁ କଟକ ମହାନଗର ନିଗମରେ ଏକ ପ୍ରସ୍ତୁତି ବୈଠକ କରାଯାଇଛି । ମେୟରଙ୍କ ଅଧ୍ୟକ୍ଷତାରେ ହୋଇଥିବା ଏହି ବୈଠକରେ କମିଶନରଙ୍କ ସହ ଉପସ୍ଥିତ ଥିଲେ ବିଭିନ୍ନ ବିଭାଗର ଅଧିକାରୀ ।

ଆସୁଛି ଇଦଉଲ ଜୁହା ପର୍ବ, କଟଟଣା ମାନିବାକୁ ସିଏମସିର ଅପିଲ୍

ବୈଠକରେ ନାଳନର୍ଦ୍ଦମା ସଫା ରଖିବା ସହ ନିରବିଛିନ୍ନ ପିଇବା ପାଣି ଓ ବିଦ୍ୟୁତ ଯୋଗାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଚଳିତ ଥର କୋଭିଡ ନିୟମ ମାନି ଇଦ୍ ଉଲ୍ ଜୁହା ପାଳନ କରିବା ପାଇଁ ସିଏମସି ଅପିଲ କରିଛି । ମାସ୍କ ପିନ୍ଧିବା ସହ ସାମାଜିକ ଦୂରତା ପାଳନ କରିବା ପାଇଁ ସିଏମସି ନିର୍ଦ୍ଦେଶ ମଧ୍ୟ ଦେଇଛି ।

ଏହାସହ ଆବଶ୍ୟକୀୟ ସ୍ଥାନରେ ଟ୍ରାକଟର ଆଉ ଡଷ୍ଟବିନ ରଖିବା ପାଇଁ ସମସ୍ତ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ସିଏମସି ମେୟରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ଡେପୁଟି ମେୟର, କମିଶନର, କର୍ପୋରେଟର ଏବଂ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ଥିଲେ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details