କଟକ:ରାଜ୍ୟରେ କୋରୋନା ଗ୍ରାଫ ଏବେ ଉପରମୁହାଁ । କଟକରେ ବି ସଂକ୍ରମଣ ବଢିବାରେ ଲାଗିଛି । ବୁଧବାର ଏକ ଶିକ୍ଷାନୁଷ୍ଠାନରେ ୪୪ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହେବା ପରେ ସିଏମସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଗତ ୭ ଦିନ ମଧ୍ୟରେ କଟକ ସହରରେ ୩୨୦ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।
ହଷ୍ଟେଲ ଥିବା ଶିକ୍ଷାନୁଷ୍ଠାନରେ କୋଭିଡ ଟେଷ୍ଟ କରାଯିବ: CMC ସ୍ବାସ୍ଥ୍ୟ ଅଧିକାରୀ
ରାଜ୍ୟରେ କ୍ରମାଗତ ଭାବେ କୋଭିଡ଼ ସଂକ୍ରମଣ ବୃଦ୍ଧି ପାଉଛି । ବୁଧବାର କଟକର ଏକ ଶିକ୍ଷାନୁଷ୍ଠାନରେ ୪୪ ଛାତ୍ରଛାତ୍ରୀ ପଜେଟିଭ ଚିହ୍ନଟ ହେବା ପରେ ସିଏମସି କର୍ତ୍ତୃପକ୍ଷଙ୍କ ଚିନ୍ତା ବଢିଯାଇଛି । ଅଧିକ ପଢନ୍ତୁ
ସେମାନଙ୍କ ଅବସ୍ଥା ସମ୍ପୂର୍ଣ୍ଣ ସ୍ଥିର ରହିଛି । କେହି ମେଡିକାଲରେ ଭର୍ତ୍ତି ହୋଇନାହାନ୍ତି । ତେବେ ଗତକାଲି ଯେଉଁ ଶିକ୍ଷାନୁଷ୍ଠାନରେ ଛାତ୍ରଛାତ୍ରୀ କୋରୋନା ପଜିଟିଭ ଚିହ୍ନଟ ହୋଇଥିଲେ ସେମାନେ ସମସ୍ତେ ଭଲ ଅଛନ୍ତି । ୮୦୦ ଛାତ୍ରଛାତ୍ରୀଙ୍କ ମଧ୍ୟରୁ ମାତ୍ର ୨୩୪ ଜଣଙ୍କର ପରୀକ୍ଷା କରାଯାଇଥିଲା । ଅବଶିଷ୍ଟ ଛାତ୍ରଛାତ୍ରୀଙ୍କର ପର୍ଯ୍ୟାୟ କ୍ରମେ ପରୀକ୍ଷା କରାଯିବ । ସେହିପରି ସହରର ସମସ୍ତ ଶିକ୍ଷାନୁଷ୍ଠାନରେ କୋଭିଡ ଟେଷ୍ଟ କରାଯିବ । ବିଶେଷ କରି ଯେଉଁ ଶିକ୍ଷାନୁଷ୍ଠାନ ଗୁଡିକରେ ହଷ୍ଟେଲ ରହିଛି ସେଠାରେ କୋଭିଡ ଟେଷ୍ଟ କରାଯିବା ନେଇ ସିଏମସି ସ୍ବାସ୍ଥ୍ୟ ଅଧିକାରୀ ଡାକ୍ତର ସତ୍ୟବ୍ରତ ମହାପାତ୍ର ସୂଚନା ଦେଇଛନ୍ତି ।
ଇଟିଭି ଭାରତ,କଟକ