କଟକ:କୋରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକ ମହାନଗର ନିଗମ (CMC) ପକ୍ଷରୁ ଛଟ ପୂଜା ପାଇଁ ଗାଇଡ଼ଲାଇନ ଜାରି କରାଯାଇଛି । ଚଳିତବର୍ଷ ପୂର୍ବପରି ନଦୀଶଯ୍ୟାରେ ଏକଠି ହୋଇ ସାର୍ବଜନୀନ ପୂଜା ପାଳନ ଉପରେ ରୋକ ଲଗାଇଛି ପ୍ରଶାସନ ।
ପାରମ୍ପରିକ ଭାବେ ଛଟ ପୂଜା ଅବସରରେ କଟକରେ ବିଭିନ୍ନ ନଦୀ ଶଯ୍ୟାରେ ଭିଡ ଦେଖିବାକୁ ମିଳିଥାଏ । ତେବେ ଭିଡ ହେଲେ ସଂକ୍ରମଣ ବ୍ୟାପିବାର ସର୍ବାଧିକ ଆଶଙ୍କା ଥିବାବେଳେ ସାର୍ବଜନୀନ ପାଳନକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି । ଗତକାଲି ଜାରି ହୋଇଥିବା ଏହି ଗାଇଡଲାଇନ କେବଳ ଛଟ ପୂଜା ନୁହେଁ ଓ ପରବର୍ତ୍ତୀ ପର୍ବପର୍ବାଣୀ ତଥା ଆଗକୁ ଆସୁଥିବା ଦୀପାବଳି, କାଳୀପୂଜା ଓ କାର୍ତ୍ତିକ ପୂର୍ଣ୍ଣିମା ପାଇଁ ମଧ୍ୟ ବଳବତ୍ତର ରହିବା ନେଇ କହିଛନ୍ତି ସିଏମସି କର୍ତ୍ତୃପକ୍ଷ ।