ଓଡିଶା

odisha

ETV Bharat / city

ବଢୁଛି ରାଜା କରଣର ଅଡୁଆ, ଏଯାଏଁ ଦାଏର ହେଲାଣି ୪ ମାମଲା

ସରକାରୀ ଘର ଦେବା ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ରାଜା କରଣକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ସିଏମସି ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ପୋଲିସ ଗ୍ରହଣ କରିଛି । ଅଧିକ ପଢନ୍ତୁ

cuttack raja karan follow up
ଦିନକୁ ଦିନ ବଢୁଛି ରାଜା କରଣ ଅଡୁଆ: ସିଏମସି ସରକାରୀ ଘର ଠକେଇ ମାମଲା

By

Published : Feb 7, 2022, 7:52 PM IST

କଟକ: ସରକାରୀ ଘର ଦେବାର ପ୍ରଲୋଭନ ଦେଖାଇ ଲୋକଙ୍କ ଠାରୁ ଲକ୍ଷାଧିକ ଟଙ୍କା ଠକେଇ ଅଭିଯୋଗରେ ଅଭିଯୁକ୍ତ ରାଜା କରଣକୁ ରିମାଣ୍ଡରେ ଆଣି ଅଧିକ ପଚରା ଉଚରା ଜାରି ରଖିଛି ପୋଲିସ । ସିଏମସି ପକ୍ଷରୁ ଦିଆଯାଇଥିବା ଅଭିଯୋଗକୁ ମଧ୍ୟ ପୋଲିସ ଗ୍ରହଣ କରିଛି । 40ରୁ ଉର୍ଦ୍ଧ୍ବ ଲୋକଙ୍କ ନୋଟାରୀ କରିଥିବା ବ୍ୟକ୍ତିଙ୍କ ସମେତ ଏକାଧିକଙ୍କୁ ପଚରା ଉଚରା ପାଇଁ ଡକାଯିବ ବୋଲି ଏସିପି କହିଛନ୍ତି ।

ଦିନକୁ ଦିନ ବଢୁଛି ରାଜା କରଣ ଅଡୁଆ: ସିଏମସି ସରକାରୀ ଘର ଠକେଇ ମାମଲା

ତେବେ ଆଜି ରାଜା କରଣ ଅସୁସ୍ଥ ହେବାରୁ ତାକୁ ଏସସିବିରେ ଭର୍ତ୍ତି କରାଯାଇଛି । ସେହିପରି ସମସ୍ତ ବ୍ୟାଙ୍କ ଆକାଉଣ୍ଟ ସିଜ୍ ହୋଇଛି । ନୋଟାରୀ କରିଥିବା ବ୍ୟକ୍ତିଙ୍କୁ ମଧ୍ୟ ତଦନ୍ତ ପରିସରକୁ ନିଆଯାଇଛି ।

ଏଥିସହ ଜେରା ସମୟରେ ରାଜା ନେଇଥିବା ଏକାଧିକ ବ୍ୟକ୍ତିଙ୍କୁ ମଧ୍ୟ ଅଗାମୀ ଦିନରେ ଡକାଯିବ ବୋଲି ଏସିପି କହିଛନ୍ତି । ଏପର୍ଯ୍ୟନ୍ତ ରାଜା ନାଁରେ 3ଟି ମାମଲା ଥିବାବେଳେ ସିଏମସିର ଲିଖିତ ଅଭିଯୋଗରେ ଆଉ ଗୋଟିଏ ମାମଲା ରୁଜୁ ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details