ଓଡିଶା

odisha

ETV Bharat / city

ନବନିଯୁକ୍ତ ମୁଖ୍ୟ ବିଚାରପତିଙ୍କୁ ନବୀନଙ୍କ ଶୁଭେଚ୍ଛା

ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଏନଭି ରମଣା । ଏନେଇ ମୁଖ୍ୟ ବିଚାରପତି ଏନଭି ରମଣାଙ୍କ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଅଧିକ ପଢନ୍ତୁ...

ନୂଆ ପ୍ରଧାନ ବିଚାରପତିଙ୍କୁ ନବୀନଙ୍କ ଶୁଭେଚ୍ଛା
ନୂଆ ପ୍ରଧାନ ବିଚାରପତିଙ୍କୁ ନବୀନଙ୍କ ଶୁଭେଚ୍ଛା

By

Published : Apr 6, 2021, 3:51 PM IST

ଭୁବନେଶ୍ବର: ସୁପ୍ରିମକୋର୍ଟର ପରବର୍ତ୍ତୀ ମୁଖ୍ୟ ବିଚାରପତି ଏନଭି ରମଣା । ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଏ ନେଇ ମୁଖ୍ୟ ବିଚାରପତି ଏନଭି ରମଣାଙ୍କୁ ଶୁଭେଚ୍ଛା ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।

ନୂଆ ପ୍ରଧାନ ବିଚାରପତିଙ୍କୁ ନବୀନଙ୍କ ଶୁଭେଚ୍ଛା

‘ମୁଁ ଦେଶର 48ତମ ମୁଖ୍ୟ ବିଚାରପତି ଭାବେ ନିଯୁକ୍ତ ଜଷ୍ଟିସ ଏନ ଭି ରମଣାଙ୍କୁ ଶୁଭେଚ୍ଛା ଜଣାଉଛି । ଆଗକୁ ଏକ ପୂର୍ଣ୍ଣ କାର୍ଯ୍ୟକାଳ ପାଇଁ ତାଙ୍କୁ ମୋର ଶୁଭେଚ୍ଛା’ ବୋଲି ଟ୍ବିଟ କରି ସୂଚନା ଦେଇଛନ୍ତି ନବୀନ ପଟ୍ଟନାୟକ ।

ଏପ୍ରିଲ 23 ତାରିଖରେ ବର୍ତ୍ତମାନର ମୁଖ୍ୟ ବିଚାରପତି ଜଷ୍ଟିସ ଶରଦ ଅରିବନ୍ଦ ବୋବେଡଙ୍କ କାର୍ଯ୍ୟାଳୟ ଶେଷ ହେଉଛି । ଏହା ପୂର୍ବରୁ ଜଷ୍ଟିସ ବୋବେଡ କେନ୍ଦ୍ର ଆଇନ ମନ୍ତ୍ରଣାଳୟକୁ ରମଣାଙ୍କ ନାଁ ସୁପାରିଶ କରିଥିଲେ । ତେବେ ଆଜି(ମଙ୍ଗଳବାର) ଏଥିରେ ମୋହର ମାରିଛନ୍ତି ରାଷ୍ଟ୍ରପତି ।

ବୋବଡେଙ୍କ ପରେ ବିଚାରପତି ଏନଭି ରମଣା ହେଉଛନ୍ତି ସୁପ୍ରିମକୋର୍ଟର ସବୁଠୁ ବରିଷ୍ଠ ବିଚାରପତି । ଜଷ୍ଟିସ ରମଣା ସୁପ୍ରିମକୋର୍ଟର ଦୀର୍ଘକାଳୀନ ବିଚାରପତି ହେବାକୁ ଯାଉଛନ୍ତି । କାରଣ ସେ 2022 ଅଗଷ୍ଟ 26ରେ ଅବସର ନେବାକୁ ଥିବାବେଳେ ଦୀର୍ଘ 16 ମାସ ଧରି ପଦବୀରେ ରହିବେ । ଦଶନ୍ଧି ପରେ ଭାରତର କୌଣସି ମୁଖ୍ୟ ବିଚାରପତି ଏକ ବର୍ଷରୁ ଊର୍ଦ୍ଧ୍ବ ଦାୟିତ୍ବ ତୁଲାଇବେ ।

ବ୍ୟୁରୋ ରିପାେର୍ଟ, ଇଟିଭି ଭାରତ

ABOUT THE AUTHOR

...view details