ଓଡିଶା

odisha

ETV Bharat / city

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଜାମିନ । ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି ହାଇକୋର୍ଟ । ଅଧିକ ପଢନ୍ତୁ...

By

Published : Oct 21, 2021, 1:45 PM IST

Updated : Oct 21, 2021, 2:04 PM IST

ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ
ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କୁ ସର୍ତ୍ତମୂଳକ ଜାମିନ

କଟକ: ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେଵଙ୍କୁ ମିଳିଲା ଜାମିନ । ସର୍ତ୍ତ ମୂଳକ ଜାମିନ ପ୍ରଦାନ କଲେ ହାଇକୋର୍ଟ । ତଦନ୍ତରେ ସହଯୋଗ କରିବା ଓ ତଦନ୍ତକାରୀ ଅଧିକାରୀଙ୍କ ନିକଟରେ ହାଜର ହେବାକୁ ନିର୍ଦ୍ଦେଶ । ତଦନ୍ତକାରୀ ଅଧିକାରୀ ଯେତେବେଳେ ଚାହିଁବେ ସେତେବେଳେ ତାଙ୍କ ନିକଟରେ ହାଜର ହେବେ ପ୍ରଶାନ୍ତ । ଅଭିଯୋଗକାରୀ କିମ୍ବା ସାକ୍ଷୀମାନଙ୍କୁ ଧମକ ଚମକ ଦେବେ ନାହିଁ । ତଳକୋର୍ଟ ଚାହିଁଲେ ଅନ୍ୟ ସର୍ତ୍ତ ରଖି ପାରିବେ। ତେବେ ନିମ୍ନ ଅଦାଲତ ଜାମିନର ସର୍ତ୍ତ ଧାର୍ଯ୍ୟ କରିବେ ବୋଲି କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଚିଲିକା ବିଧାୟକ ପ୍ରଶାନ୍ତ ଜଗଦେବଙ୍କ ବେଲ୍‌ ଆବେଦନ ଖାରଜ ହୋଇଥିଲା । ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ଜାତିଆଣ ଆକ୍ଷେପ କରିବା ସହ ପ୍ରଶାନ୍ତ ଜଗଦେବ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା । ଖୋର୍ଦ୍ଧା ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆତ୍ମସମର୍ପଣ କରିଥିଲେ ବିଧାୟକ । ଆବେଦନ ଖାରଜ ହେବା ପରେ ବିଧାୟକଙ୍କୁ ଜେଲ ଯିବାକୁ ପଡ଼ିଥିଲା।

ଗତ ସେପ୍ଟେମ୍ବର 8ତାରିଖରେ ବାଲୁଗାଁ ଏନଏସିରେ ଆବାସ ଯୋଜନା ବାଣ୍ଟିବା ବେଳେ ଚିଲିକା ବିଧାୟକ ପ୍ରଶାନ୍ତ କୁମାର ଜଗଦେଵ ବାଲୁଗାଁ ବିଜେପି ସଭାପତି ନିରଞ୍ଜନ ସେଠୀଙ୍କୁ ମାଡ଼ ମାରିଥିବା ବାଲୁଗାଁ ଥାନାରେ ଲିଖିତ ଅଭିଯୋଗ ହୋଇଥିଲା । ଏହି ଘଟଣାରେ ବିଧାୟକ ଫେରାର ରହି ଉଚ୍ଚ ନ୍ୟାୟାଳୟରେ ଜାମିନ ଆବେଦନ କରିଥିଲେ । କିନ୍ତୁ ନ୍ୟାୟାଳୟ ତାଙ୍କୁ ପ୍ରଥମ ଅତିରିକ୍ତ ଜିଲ୍ଲା ଦୌରାଜଜଙ୍କ କୋର୍ଟରେ ଆବେଦନ କରିବାକୁ ନିର୍ଦ୍ଦେଶ ଦେଇଥିଲେ । ଉଚ୍ଚ ନ୍ୟାୟାଳୟଙ୍କ ନିର୍ଦ୍ଦେଶ କ୍ରମେ ଖୋର୍ଦ୍ଧା କୋର୍ଟରେ ଆତ୍ମସମର୍ପଣ କରିଥିଲେ ପ୍ରଶାନ୍ତ ।

ସୂଚନା ଥାଉକି, ବିଶୃଙ୍ଖଳିତ ଆଚରଣ ପାଇଁ ତାଙ୍କୁ ଦଳରୁ ନିଲମ୍ବିତ କରିଥିଲେ ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : Oct 21, 2021, 2:04 PM IST

ABOUT THE AUTHOR

...view details