ଓଡିଶା

odisha

ETV Bharat / city

ସବୁଦିନ ଫୋନ୍‌ରେ କଥା ହେଉଥିଲେ, ମାତ୍ର...

କାନ୍ଥରୁ ନାଁ ଲିଭିନି ନା ଲିଭିଛି ବାହା ଚିତା । ଅଦିନରେ ଦମ୍ପତିଙ୍କ ବିୟୋଗ ପରେ ଘର ଆଗରେ ସମ୍ପର୍କୀୟଙ୍କ ଭିଡ(fire mishap in Hyderabad) । ହଠାତ୍ କିପରି ଏସବୁ ଘଟିଗଲା କାହାରିକୁ ବିଶ୍ବାସ ହେଉନି । ଅଧିକ ପଢ଼ନ୍ତୁ

By

Published : Sep 13, 2022, 8:32 PM IST

Chandan Jethi and his wife died by fire mishap in Hyderabad
ସବୁଦିନ ଫୋନ୍‌ରେ କଥା ହେଉଥିଲେ, ମାତ୍ର...

କଟକ: ସିକନ୍ଦରାବାଦ୍‌ର ଏକ ଲଜ୍‌ରେ ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଛି । ରୁବି ଲଗ୍‌ଜରୀ ପ୍ରାଇଡ' ନାମକ ଲଜ୍‌ରେ ଘଟିଥିବା ଏହି ଅଗ୍ନିକାଣ୍ଡରେ ନବବିବାହିତ ଓଡ଼ିଆ ଦମ୍ପତି ପ୍ରାଣ ହରାଇଛନ୍ତି । ଏହାପରେ କଟକରେ ପରିବାର ବର୍ଗଙ୍କ ମଧ୍ୟରେ ଶୋକର ଛାୟା ଖେଳି ଯାଇଛି(fire mishap in Hyderabad) । ଦମ୍ପତିଙ୍କ ମୃତଦେହ ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବା ପରେ ଶେଷକୃତ୍ୟ ପାଇଁ ପୁରୀ ନିଆଯାଇଛି ।

ସବୁଦିନ ଫୋନ୍‌ରେ କଥା ହେଉଥିଲେ, ମାତ୍ର...

ଇଲେକ୍ଟ୍ରିକ୍ ସୋ' ରୁମ୍‌ରେ ଅଗ୍ନିକାଣ୍ଡ

ସୋମବାର ବିଳମ୍ବିତ ରାତିରେ ଏକ ଇଲେକ୍ଟ୍ରିକ୍‌ ବାଇକ୍‌ ସୋ ରୁମ୍‌ର ଭୀଷଣ ଅଗ୍ନିକାଣ୍ଡ ଘଟିଥିଲା । ଗାଡ଼ି ଚାର୍ଜିଂ ପଏଣ୍ଟରେ ସର୍ଟ ସର୍କିଟ୍‌ ପରେ ଏକ ବ୍ୟାଟେରୀ ଫାଟି ଯାଇଥିଲା । ଯାହାଫଳରେ ଏହି ଅଗ୍ନିକାଣ୍ଡ ଘଟିଛି । ଅଗ୍ନିକାଣ୍ଡ ବେଳେ ବିଲ୍ଡିଂରେ ୨୫ ଜଣ ଲୋକ ରହିଥିଲେ । ଏହି ଅଗ୍ନିକାଣ୍ଡ ଯୋଗୁଁ ୮ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଭାବରେ ଆହତ ହୋଇଥିଲେ । ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ ହୋଇଥିଲା ।

କାନ୍ଥରୁ ଲିଭିନି ବାହା ଚିତା

ଚନ୍ଦନ ଓ ମିତାଲି କିଛି ଦିନ ପୂର୍ବରୁ ବିବାହ କରିଥିଲେ । ଏହା କଟକସ୍ଥିତ ବାସଭବନ କାନ୍ଥରେ ଚିତ୍ରିତ ହୋଇଥିବା ରଙ୍ଗୀନ ନାଁରୁ ବେଶ୍‌ ଅନୁମାନ କରି ହେଉଛି । ଚନ୍ଦନ ଓ ପତ୍ନୀ ମିତାଲି ଉଭୟ ବାଙ୍ଗାଲୋରରେ ଚାକିରି କରିଥିଲେ । ବାଙ୍ଗାଲୋରରେ ଜଣେ ସଫ୍ଟୱେୟାର ଇଞ୍ଜିନିୟର ଭାବରେ ଭାବରେ କାର୍ଯ୍ୟ କରୁଥିଲେ ଚନ୍ଦନ । ତାଙ୍କ ପତ୍ନୀ ମିତାଲି ଏକ ସ୍କିନ୍‌ କେୟାର କମ୍ପାନୀରେ ଜଣେ ବିୟୁଟି କନ୍‌ସଲଟାଣ୍ଟ୍‌ ଥିଲେ ।

ପ୍ରତିଦିନ କରୁଥିଲେ ଫୋନ୍‌

ଚନ୍ଦନ ପ୍ରତିଦିନ ତାଙ୍କ ଘରକୁ ଫୋନ୍‌ କରୁଥିଲେ । ପରିବାର ପ୍ରତି ତାଙ୍କ ଅତୁଟ ମୋହ ରହିଥିଲା । କିନ୍ତୁ ସେ ସୋମବାର ରାତିରେ ଆଉ କଲ୍‌ କରିନଥିଲେ । ପରିବାର ବର୍ଗ ଚନ୍ଦନ୍‌ଙ୍କୁ କଲ୍‌ କରିଥିଲେ । କିନ୍ତୁ ତାଙ୍କ ଫୋନ୍‌ ଲାଗିନଥିଲା । ତା ପରଦିନ ସକାଳୁ ଚନ୍ଦନ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ଖବର ଦେଇଥିଲା ତେଲେଙ୍ଗାନା ପୋଲିସ ।

ଏହା ବି ପଢ଼ନ୍ତୁସିକନ୍ଦରାବାଦ ଲଜ୍‌ରେ ଅଗ୍ନିକାଣ୍ଡ, ଶ୍ୱାସରୁଦ୍ଧ ହୋଇ ଓଡ଼ିଆ ଦମ୍ପତିଙ୍କ ମୃତ୍ୟୁ

ଟ୍ରେନିଂ ପାଇଁ ଆସିଥିଲେ ହାଇଦ୍ରାବାଦ
କୌଣସି ଏକ ଟ୍ରେନିଂ ପ୍ରୋଗ୍ରାମ ପାଇଁ କିଛି ଦିନ ହେଲା ହାଇଦ୍ରାବାଦ ଆସିଥିଲେ ଚନ୍ଦନ ଓ ତାଙ୍କ ପତ୍ନୀ । ସୋମବାର ଟ୍ରେନିଂ ସାରି ହୋଟେଲ୍‌ରେ ବିଶ୍ରାମ ନେଉଥିଲେ ଚନ୍ଦନ ଓ ତାଙ୍କ ପତ୍ନୀ । ଆସନ୍ତା ଶୁକ୍ରବାର ଟ୍ରେନିଂ ସାରି ପୁନଃ ବାଙ୍ଗାଲୁରୁ ଫେରି ଯାଇଥାଆନ୍ତେ । ହେଲେ ନିୟତି ତାଙ୍କ ଭାଗ୍ୟ କିଛି ଅଲଗା ଲେଖି ରଖିଥିଲା । ସୋମବାର ଇଲେକ୍ଟ୍ରେକ୍‌ ଗାଡ଼ି ସୋ ରୁମ୍‌ର ନିଆଁ ଚନ୍ଦନ ଓ ତାଙ୍କ ପତ୍ନୀଙ୍କ ଜୀବନ ଛଡ଼ାଇ ନେଲା ।

ଏହା ବି ପଢ଼ନ୍ତୁସିକନ୍ଦରାବାଦର ଲଜ୍‌ରେ ଅଗ୍ନିକାଣ୍ଡ, ଓଡ଼ିଆ ଦମ୍ପତିଙ୍କ ସମେତ ୮ ପର୍ଯ୍ୟଟକ ମୃତ

ନଭେମ୍ବରରେ ପୁରିଥାଆନ୍ତା ବିବାହକୁ ୨ ବର୍ଷ

୨୦୨୦ ନଭେମ୍ବର ୧୧ ତାରିଖରେ ଚନ୍ଦନ ଓ ମିତାଲିଙ୍କ ବିବାହ ହୋଇଥିଲା । ୨୦୨୨ ନଭେମ୍ବର ୧୧ରେ ବିବାହର ଦ୍ବିତୀୟ ବାର୍ଷିକୀ ପାଳିଥାଆନ୍ତେ । କିନ୍ତୁ ତାହା ସମ୍ଭବ ହୋଇ ପାରିଲା ନାହିଁ । ବିବାହ ଚିତା ଏବେ ବି ଘର କାନ୍ଥରେ ଲାଗିଛି ।

ଚନ୍ଦନଙ୍କ ଓ ତାଙ୍କ ପତ୍ନୀଙ୍କ ମୃତ୍ୟୁ ପରେ ପ୍ରତିକ୍ରିୟା ରଖିଛନ୍ତି ତାଙ୍କ ବଡ଼ଭାଇ । ବଡ଼ଭାଇ ସ୍ପନ୍ଦନ କହିଛନ୍ତି, "ଟ୍ରେନିଂ ପାଇଁ ସେମାନେ ବାଙ୍ଗାଲୁରୁରୁ ହାଇଦ୍ରାବାଦ ଆସିଥିଲେ । ଗତକାଲି ହାଇଦ୍ରାବାଦରେ ଘଟିଥିବା ଅଗ୍ନିକାଣ୍ଡ ପରେ ଆମେ ଆଜି ସୂଚନା ପାଇଥିଲୁ । ଆମକୁ ମୃତଦେହ ଚିହ୍ନଟ କରିବା ପାଇଁ ଡାକିଥିଲେ । ପ୍ରତିଦିନ ଆମ ସହ କଥା ହେଉଥିଲା । ସୋମବାର ରାତି ୧୧ଟା ପର୍ଯ୍ୟନ୍ତ ପର୍ଯ୍ୟନ୍ତ ଆମେ ଫୋନ୍‌ କରିବାକୁ ଚେଷ୍ଟା କରିଥିଲୁ । ଭାବିଲୁ ହୋଟେଲ୍‌ରେ ବିଶ୍ରାମ କରୁଥିଲେ । କିନ୍ତୁ ଆଜି ସକାଳେ ଆମେ ଏଭଳି ଖବର ପାଇଥିଲୁ ।

ଇଟିଭି ଭାରତ, କଟକ

ABOUT THE AUTHOR

...view details