ଓଡିଶା

odisha

ETV Bharat / city

ସାବଧାନ ଅପରାଧୀ, ଅପରାଧ ଉପରେ ସିସିଟିଭି ନଜର

କଟକ ସହରରେ ବଢୁଛି  ଅପରାଧ। ସକ୍ରିୟ ହେଉଛନ୍ତି ଅପରାଧୀ। କେତେବେଳେ ମହିଳାଙ୍କୁ ଦୁଷ୍କର୍ମ ତ ଆଉ କେତେବେଳେ ଆକ୍ରମଣ। ଅନ୍ୟପଟେ କଟକ ଡିସିପି କହିଛନ୍ତି ଖୁବଶୀଘ୍ର କଟକ ସହରରେ ସିସିଟିଭି ଲଗାଯିବ। ଅଧିକ ପଢନ୍ତୁ..

ସାବଧାନ ଅପରାଧୀ, ଅପରାଧ ଉପରେ ସିସିଟିଭି ନଜର
ସାବଧାନ ଅପରାଧୀ, ଅପରାଧ ଉପରେ ସିସିଟିଭି ନଜର

By

Published : Feb 6, 2020, 1:56 PM IST

Updated : Feb 12, 2020, 11:51 PM IST

କଟକ: ସହରରେ ସକ୍ରିୟ ହେଉଛନ୍ତି ଅପରାଧୀ । ଅପରାଧୀଙ୍କ ଚାଲକୁ ବୁଝି ପାରୁନାହାଁନ୍ତି ପୋଲିସ। କଟକ ବେଲେଶ୍ଵର ଅଞ୍ଚଳରେ ଦୁଇ ଦମ୍ପତିଙ୍କୁ କେହି ହତ୍ୟା କରିଥିଲାବେଳେ ପୋଲିସ ଏପର୍ଯ୍ୟନ୍ତ ସେମାନଙ୍କୁ ଧରିବାରେ ସକ୍ଷମ ହୋଇପାରି ନାହିଁ। ଆଖପାଖ ସ୍ଥାନରେ ସିସିଟିଭି ନଥିବାରୁ ଅପରାଧ କରି ସହଜରେ ଖସି ଯାଇଛନ୍ତି ଅପରାଧୀ ।

ସାବଧାନ ଅପରାଧୀ, ଅପରାଧ ଉପରେ ସିସିଟିଭି ନଜର


କଟକ ସହରରେ ବଢୁଛି ଅପରାଧ । ସକ୍ରିୟ ହେଉଛନ୍ତି ଅପରାଧୀ । କେତେବେଳେ ମହିଳାଙ୍କୁ ଦୁଷ୍କର୍ମ ତ ଆଉ କେତେବେଳେ ଆକ୍ରମଣ କରି ବେକରୁ ସୁନା ଚେନ୍‌ ଛଡ଼ାଇ ନେଉଛନ୍ତି ଅପରାଧୀ । ଦିନ ହେଉ କି ରାତି ବିଭିନ୍ନ ସମୟରେ ସହରରେ ବେଧଡକ ଚାଲିଛି ଅପରାଧ । ଏପରିକି ହତ୍ୟା କରି ପୋଲିସକୁ ଚକମା ଦେଇ ଫେରାର ହୋଇଯାଇଥାଆନ୍ତି ଅପରାଧୀ । ପୋଲିସ ସେମାନଙ୍କୁ ଧରିବାରେ ସକ୍ଷମ ହେଉନାହିଁ । ଯାହାକୁ ନେଇ ଚିନ୍ତାରେ ସହରବାସୀ ।


ଅନ୍ୟପଟେ କଟକ ଡିସିପି କହିଛନ୍ତି ଖୁବଶୀଘ୍ର କଟକ ସହରରେ ସିସିଟିଭି ଲଗାଯିବ। ଏନେଇ ପୋଲିସ ହାଉସିଂ ବୋର୍ଡ ସହ ଆଲୋଚନା କରାଯିବା ସହ ଆବଶ୍ୟକ ଟଙ୍କା ମଧ୍ୟ ମଞ୍ଜୁର କରାଯାଇଛି । ସହରର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନରେ 50ଟି ସିସିଟିଭି ଲଗାଯିବ। ଜାତୀୟ ରାଜପଥ, ଚୌଦ୍ବାର, ଜଗତପୁର, ସଦର ଆଦି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ସିସିଟିଭି ଲଗାଯିବ। ଏହାଦ୍ବାରା ବିଭିନ୍ନ ଦିଗ ପ୍ରତି ଲକ୍ଷ ରଖାଯାଇପାରିବ । ତେବେ ଖୁବଶୀଘ୍ର ଏହା କରାଯିବ ବୋଲି କଟକ ଡିସିପି ଅଖିଳେଶ୍ଵର ସିଂହ ସୂଚନା ଦେଇଛନ୍ତି।

ସହରରେ ସିସିଟିଭି ଲାଗିଲେ ଅପରାଧ ସଂଖ୍ୟା କମିବ । ଅପରାଧ ଘଟାଇବା ପୂର୍ବରୁ ଅପରାଧିମାନେ ଶହେ ଥର ଚିନ୍ତା କରିବେ। କାରଣ ସିସିଟିଭିରେ ସେମାନଙ୍କ କାର୍ଯ୍ୟକଳାପ କଏଦ ହେବ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Feb 12, 2020, 11:51 PM IST

ABOUT THE AUTHOR

...view details