ଓଡିଶା

odisha

ETV Bharat / city

ବେକାବୁ କୋରୋନା, ପ୍ରତି 8 ଘଣ୍ଟାରେ ସାନିଟାଇଜ ହେବ SCB କାଜୁଆଲିଟି ବିଭାଗ - ଏସସିବି ମେଡିକାଲରେ ସାନିଟାଇଜେସନ

ରାଜ୍ୟରେ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସିଲଭର ସିଟିରେ ମଧ୍ୟ ତାଳ ଦେଇ ବଢିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏମିତିରେ ସୁରକ୍ଷା ଦୃଷ୍ଟିରୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ ନେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ।

cuttack latest news, corona situation in cuttack, corona update in cuttack, cuttack scb medical, sanitization in scb medical, sanitization, କଟକ ଲାଟେଷ୍ଟ ନ୍ୟୁଜ୍‌, କଟକରେ କୋରୋନା ସ୍ଥିତି, କଟକରେ କୋରୋନା ଅପଡେଟ, କଟକ ଏସସିବି ମେଡିକାଲ, ଏସସିବି ମେଡିକାଲରେ ସାନିଟାଇଜେସନ, ସାନିଟାଇଜେସନ
ପ୍ରତି 8 ଘଣ୍ଟାରେ ସାନିଟାଇଜ ହେବ ଏସସିବି ମେଡିକାଲ କାଜୁଆଲିଟି ବିଭାଗ

By

Published : Jul 10, 2020, 8:07 PM IST

କଟକ: ରାଜ୍ୟରେ କୋରୋନା ସଂକ୍ରମଣ ବଢି ଚାଲିଥିବା ବେଳେ ସିଲଭର ସିଟିରେ ମଧ୍ୟ ତାଳ ଦେଇ ବଢିବାରେ ଲାଗିଛି ଆକ୍ରାନ୍ତ ସଂଖ୍ୟା । ଏମିତିରେ ସୁରକ୍ଷା ଦୃଷ୍ଟିରୁ ଏସସିବି ମେଡିକାଲ କର୍ତ୍ତୃପକ୍ଷ ନେଇଛନ୍ତି କିଛି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି । ବର୍ତ୍ତମାନ ମାତ୍ରାଧିକ ରୋଗୀଙ୍କର ମେଡିକାଲରେ ଭିଡ ଲାଗୁଥିବାରୁ ମେଡିକାଲର ସାନିଟାଇଜେସନ ଏକ ଗୁରୁତ୍ବପୂର୍ଣ୍ଣ ପ୍ରସଙ୍ଗ ପାଲଟିଥିବା ମେଡିକାଲ କର୍ତ୍ତୃପକ୍ଷ ପ୍ରକାଶ କରିଛନ୍ତି ।

ଏନେଇ ପ୍ରତି 8 ଘଣ୍ଟାରେ ଥରେ ମେଡିକାଲ କାଜୁଆଲିଟି ବିଭାଗକୁ ସାନିଟାଇଜ କରିବାର ନିଷ୍ପତ୍ତି ନିଆଯାଇଛି । ଏଠାରେ ବହୁ ମାତ୍ରାରେ ରୋଗୀ ଏକାଠି ହେଉଥିବାରୁ ଏହାର ସାନିଟାଇଜେସନ କରାଯିବା ସହ ଏହି ବିଭାଗରେ ରହିଥିବା ଡାକ୍ତରମାନେ ରୋଗୀ ଦେଖିବା ସମୟରେ ପିପିଇ କିଟ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି । ସଂକ୍ରମଣ ରୋକିବା ପାଇଁ ଉଭୟ ରୋଗୀ ଓ ମେଡିକାଲ କର୍ମଚାରୀଙ୍କ ସୁରକ୍ଷାକୁ ଦୃଷ୍ଟିରେ ରଖି ଏପରି ପଦକ୍ଷେପ ଗ୍ରହଣ କରାଯାଇଥିବା ମେଡିକାଲ କର୍ତ୍ତୃପକ୍ଷ ସ୍ପଷ୍ଟ କରିଛନ୍ତି ।

ସେପଟେ ମେଡିକାଲର କର୍ମଚାରୀ କୋରୋନାରେ ଆକ୍ରାନ୍ତ ହେବା ପରେ ମେଡିକାଲ ପରିସରକୁ ନିୟମିତ ସାନିଟାଇଜ କରାଯାଉଛି । ଏଥିସହ ମେଡିକାଲର ପ୍ରତ୍ୟେକ ବିଭାଗ ଓ ଚଳପ୍ରଚଳ ରାସ୍ତାକୁ ମଧ୍ୟ ସାନିଟାଇଜ କରାଯାଉଛି ।

କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ

ABOUT THE AUTHOR

...view details