ଓଡିଶା

odisha

By

Published : Oct 16, 2021, 12:35 PM IST

Updated : Oct 16, 2021, 2:17 PM IST

ETV Bharat / city

ପାର୍ବଣ ପରେ ଝଟକା, ରାଜ୍ୟରେ ବଢ଼ିଲା ବସ ଭଡା

ରାଜ୍ୟରେ ବଢ଼ିଲା ବସ ଭଡା । ସାଧାରଣ ବସ ଭଡା କିଲୋମିଟର ପିଛା 89 ପଇସା ରୁ 92 ପଇସାକୁ ବୃଦ୍ଧି । ଅଧିକ ପଢନ୍ତୁ...

ରାଜ୍ୟରେ ବଢ଼ିଲା ବସ ଭଡା
ରାଜ୍ୟରେ ବଢ଼ିଲା ବସ ଭଡା

କଟକ: ସାଧାରଣ ଲୋକଙ୍କୁ ଆଉ ଏକ ଝଟକା । ବସରେ ଯାଉଥିଲେ ଏଣିକି ଦେବାକୁ ହେବ ଅଧିକ ଟଙ୍କା । ଦିନକୁ ଦିନ ଦରଦାମ୍ ବୃଦ୍ଧି ମଧ୍ୟରେ ବଢିଲା ବସ ଭଡା । ସାଧାରଣ ବସ ଭଡା କିଲୋମିଟର ପିଛା 89 ପଇସା ରୁ 92 ପଇସାକୁ ବୃଦ୍ଧି ପାଇଛି ।

ସେହିପରି ଏକ୍ସପ୍ରେସ ବସ ଭଡା କିଲୋମିଟର ପିଛା 93 ପଇସାରୁ 96 ପଇସାକୁ ବଢିଛି । ଡିଲକ୍ସ ଭଡା କିଲୋମିଟର ପିଛା 1 ଟଙ୍କା 29 ପଇସା ଥିବାବେଳେ ଏବେ 1 ଟଙ୍କା 35 ପଇସାକୁ ବୃଦ୍ଧି ହୋଇଛି । AC ଡିଲକ୍ସ 1 ଟଙ୍କା 57 ପଇସାରୁ ଏବେ 1 ଟଙ୍କା 63 ପଇସା ମହଙ୍ଗା ହୋଇଛି । ଏହାବ୍ୟତୀତ ସୁପର ପ୍ରିମିୟମ ଭଡା ପୂର୍ବରୁ 2 ଟଙ୍କା 44 ପଇସା ଥିବାବେଳେ ଏହା 2 ଟଙ୍କା 53 ପଇସା ହୋଇଯାଇଛି । ତୈଳ ଦର ବୃଦ୍ଧି ପରେ ବସ ଭଡା ବଢିଥିବା କୁହାଯାଉଛି ।

ଉଲ୍ଲେଖଯୋଗ୍ୟ, ଚଳିତ ଅକ୍ଟୋବର ମାସରେ ଦେଶରେ ହୁ ହୁ ହୋଇ ବଢି ଚାଲିଛି ତୈଳ ଦର । ଆଜି ମଧ୍ୟ ପେଟ୍ରୋଲ ଓ ଡିଜେଲ ଦାମ୍ ୩୫ ପଇସା ଲେଖାଏଁ ବଢାଇଛନ୍ତି ରାଷ୍ଟ୍ରାୟତ୍ତ ତୈଳ କମ୍ପାନୀ । ସେହିପରି ବର୍ତ୍ତମାନ ପରିବା ଦର ଠୁ ଆରମ୍ଭ କରି ରନ୍ଧନ ଗ୍ୟାସ ମଧ୍ୟ ମହଙ୍ଗା ହୋଇଯାଇଛି । ଏପରିସ୍ଥଳେ ବସ ଭଡା ବୃଦ୍ଧି ସାଧାରଣ ଲୋକଟିଏ ପାଇଁ ବୋଝ ଉପରେ ନଳିତା ବିଡା ଭଳି ହୋଇଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Oct 16, 2021, 2:17 PM IST

ABOUT THE AUTHOR

...view details