ଓଡିଶା

odisha

ଯାତ୍ରୀଙ୍କ ପାଇଁ ଖୁସି ଖବର: ତେଲ ଦର କମିବା ପରେ କମିଲା ବସ୍ ଭଡା

By

Published : May 26, 2022, 2:26 PM IST

Updated : May 26, 2022, 2:34 PM IST

ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । ପେଟ୍ରୋଲ ଡିଜେଲ ଦର କମିବା ପରେ କମିଲା ବସ୍‌ ଭଡା । ଅଧିକ ପଢନ୍ତୁ

ଯାତ୍ରୀଙ୍କ ପାଇଁ ଖୁସି ଖବର:ତେଲ ଦର କମିବା ସହ ଖସିଲା ବସ୍ ଭଡା
ଯାତ୍ରୀଙ୍କ ପାଇଁ ଖୁସି ଖବର:ତେଲ ଦର କମିବା ସହ ଖସିଲା ବସ୍ ଭଡା

କଟକ:ବସ ଯାତ୍ରୀଙ୍କ ପାଇଁ ଖୁସି ଖବର । କମିଲା ବସ୍‌ ଭଡା । ପେଟ୍ରୋଲ ଡିଜେଲ ଦର କମିବା ପରେ ଅଟୋମେଟିକ ମେକାନିଜିମ ଦ୍ବାରା କମିଛି ବସ୍‌ ଭଡା । ତେବେ ଅର୍ଡିନାରୀ ଦର ପୂର୍ବରୁ କିଲୋମିଟର ପ୍ରତି ୯୨ ପଇସା ରହିଥିବା ବେଳେ ଏହା ହ୍ରାସ ପାଇ ୮୯ ପଇସା ହୋଇଛି । ଏକ୍ସପ୍ରେସ ଭଡା ପୂର୍ବରୁ ୯୬ ପଇସା ଥିଲାବେଳେ, ଏହା ହ୍ରାସ ପାଇ ୯୩ ପଇସା ହୋଇଛି ।

ଡିଲକ୍ସ ଭଡା ପୂର୍ବରୁ ୧ ଟଙ୍କା ୩୫ ପଇସା ଥିଲା ଏବେ ଏହା ହ୍ରାସ ପାଇ ୧ ଟଙ୍କା ୨୯ ପଇସା ହୋଇଛି । ସେହିପରି ଏସି ଡିଲକ୍ସ ଭଡା ପୂର୍ବରୁ ୧ ଟଙ୍କା ୬୩ ପଇସା ଥିବାବେଳେ ଏହା ହ୍ରାସ ପାଇ ୧ ଟଙ୍କା ୫୭ ପଇସା ହୋଇଛି । ଅନ୍ୟପଟେ ସୁପର ପ୍ରିମିୟମ ଭଡା ପୂର୍ବରୁ ୨ ଟଙ୍କା ୫୩ ପଇସା ରହିଥିଲା ଏବେ ଏହା ହ୍ରାସ ପାଇ ୨ ଟଙ୍କା ୪୪ ପାଇସା ହୋଇଛି । ଏନେଇ ରାଜ୍ୟ ଘରୋଇ ବସ ମାଲିକ ସଂଘ ପକ୍ଷରୁ ସୂଚନା ଦିଆଯାଇଛି ।

କଟକରୁ ନାରାୟଣ ସାହୁ,ଇଟିଭି ଭାରତ

Last Updated : May 26, 2022, 2:34 PM IST

ABOUT THE AUTHOR

...view details