ଓଡିଶା

odisha

ETV Bharat / city

ମାହାଙ୍ଗାରେ ଧମା ଧମ୍ ବୋମାମାଡ

କଟକର ମାହାଙ୍ଗାରେ ଘନ ଘନ ବୋମାମାଡ । 3ଟି ଦୋକାନ ଉପରକୁ 9ଟି ବୋମା ମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ ।

ଫଟୋ ସୌଜନ୍ୟ: ସମ୍ବାଦଦାତା, କଟକ

By

Published : Feb 21, 2019, 11:47 AM IST

କଟକ: ସ୍ଥାନୀୟ ମାହାଙ୍ଗାରେ ସିରିଜ୍ ବୋମାମାଡ । ଗୋଟିଏ ପରେ ଗୋଟିଏ, 9ଟି ବୋମାମାଡ କରି ଫେରାର ହୋଇଯାଇଛନ୍ତି ଦୁର୍ବୃତ୍ତ । ନେପାଳ ଥାନା ଅଧିନସ୍ଥ ସେକ୍ସନ ବଜାରରେ ବୁଧବାର ଏହି ବୋମାମାଡ ଘଟିଛି ।

ମିଳିଥିବା ସୂଚନା ମୁତାବକ, ନରେନ୍ଦ୍ରପୁର ଗ୍ରାମପଞ୍ଚାୟତ ନେମାଳ ଥାନା ସେକସନ୍‌ ବଜାରରେ ଥିବା 3ଟି ଦୋକାନ ଉପରେ ବୋମାମାଡ ହୋଇଛି । ରାତି ପ୍ରାୟ 9ଟା ସମୟରେ 3ଜଣ ଦୁର୍ବୃତ୍ତ ଏକ ବାଇକରେ ଆସି ଦୋକାନ ଉପରୁ ବୋମାମାଡ କରିଥିଲେ । ତେବେ ଏହି ବୋମାମାଡରେ କାହାର କିଛି କ୍ଷତି ହୋଇ ନଥିବା ବେଳେ 3ଟି ଦୋକାନ କ୍ଷତିଗ୍ରସ୍ତ ହୋଇଛି ।

ତେବେ କେଉଁ କାରଣରୁ ଏହି ବୋମାମାଡ କରାଯାଇଛି ତାହା ଜଣାପଡି ନାହିଁ । ଖବର ପାଇ ଘଟଣା ସ୍ଥଳରେ ପୋଲିସ ପହଞ୍ଚି 2ଟି ଅଫୁଟା ବୋମା ଜବତ କରିଛି ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

ABOUT THE AUTHOR

...view details