କଟକ:ଦଶମ ଶ୍ରେଣୀ ପରୀକ୍ଷାରେ ସଂସ୍କାର ଆଣିବା ପାଇଁ ପ୍ରାୟସ । ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ଲାଗୁ କରିବାକୁ ଯାଉଛି ମାଧ୍ୟମିକ ଶିକ୍ଷା ପରିଷଦ ।
ନବମ ଓ ଦଶମ ଶ୍ରେଣୀ ପରୀକ୍ଷାର୍ଥୀଙ୍କ ପାଇଁ ଲାଗୁ ହେବ । ଚଳିତ ବର୍ଷ ଶିକ୍ଷାବର୍ଷରେ ଲାଗୁ କରିବା ପାଇଁ ଯୋଜନା କରୁଛି ବୋର୍ଡ । ନବମ ଓ ଦଶମ ପାଠ୍ୟକ୍ରମ ସମୟରେ ୪ଟି ଛୋଟ ପରୀକ୍ଷା , ୨ଟି ବଡ ପରୀକ୍ଷା ରହିବ । ଯଦି କୌଣସି ପ୍ରକାରରେ ବାର୍ଷିକ ପରୀକ୍ଷା ବାତିଲ ହୁଏ, ପରୀକ୍ଷାର୍ଥୀ ଦେଇଥିବା ପରୀକ୍ଷା ଆଧାରରେ ମାର୍କ ମିଳିବ । ଶିକ୍ଷାବିତ ମାନଙ୍କ ଠାରୁ ବିଚାର ବିମର୍ଶ ପରେ ବୋର୍ଡ ପ୍ରସ୍ତୁତ କରିଛି ସ୍କିମ ଅଫ ଏକ୍ସେସମେଣ୍ଟ ବ୍ୟବସ୍ଥା ।ଖୁବଶୀଘ୍ର ଏ ନେଇ ବୋର୍ଡ ପକ୍ଷରୁ ଘୋଷଣା କରାଯିବ ବୋଲି ବୋର୍ଡ କାର୍ଯ୍ୟାଳୟରୁ ସୂଚନା ଦିଆଯାଇଛି ।