ଓଡିଶା

odisha

COVID BOOSTER DOSE: ଜାନୁଆରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଟୀକାକରଣ

By

Published : Dec 28, 2021, 12:53 PM IST

Updated : Dec 28, 2021, 3:49 PM IST

ଆସନ୍ତା ଜାନୁଆରୀ 10 ତାରିଖରୁ କଟକରେ କୋଭିଡ ବୁଷ୍ଟର ଡୋଜ ଦିଆଯିବ । ପ୍ରଥମେ ଏହି ବୁଷ୍ଟର ଡୋଜ ସମ୍ମୁଖ ଯୋଦ୍ଧାମାନଙ୍କୁ ଦିଆଯିବ । ପରେ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ ବହୁବିଦ୍ଧ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯିବ। ଅଧିକ ପଢ଼ନ୍ତୁ

booster doses for frontline workers from January 10 in cuttack
ଜାନୁଆରୀ ୧୦ରୁ କଟକରେ ବୁଷ୍ଟର ଡୋଜ

କଟକ: ଆସନ୍ତା ଜାନୁଆରୀ 10 ତାରିଖରୁ କଟକରେ ବୁଷ୍ଟର ଡୋଜ ଦିଆଯିବ। ପ୍ରଥମେ ଏହି ବୁଷ୍ଟର ଡୋଜ ସମ୍ମୁଖ ଯୋଦ୍ଧାଙ୍କୁ ଦିଆଯିବ । ପରେ 60 ବର୍ଷରୁ ଊର୍ଦ୍ଧ୍ବ ଏବଂ ବହୁବିଧ ରୋଗରେ ପୀଡିତ ଥିବା ରୋଗୀଙ୍କୁ ଦିଆଯିବ। ଏହି ବୁଷ୍ଟର ଡୋଜ୍‌ ନେବା ପାଇଁ ଜାନୁଆରୀ ୧ ତାରିଖରୁ ପଞ୍ଜିକରଣ ଆରମ୍ଭ ହେବ । ଏହାକୁ ନେଇ ସିଏମ୍‌ସି କମିଶନର ଅନନ୍ୟା ଦାସ ସୂଚନା ଦେଇଛନ୍ତି ।

COVID BOOSTER DOSE: ଜାନୁଆରୀ ୧୦ରୁ କଟକରେ ବୁଷ୍ଟର ଡୋଜ ଟୀକାକରଣ

ତେବେ ଏହି ବୁଷ୍ଟର ଟିକା କେଉଁ କେଉଁ ସ୍ଥାନରେ ଦିଆଯିବ ସେନେଇ ଅନୁଧ୍ୟାନ ଚାଲିଛି। କଟକରେ କିଭଳି ଶୃଙ୍ଖଳିତ ଭାବରେ ଲୋକେ ବୃଷ୍ଟର ଟୀକା ନେବେ ତାହାକୁ ନେଇ ସମସ୍ତ ପ୍ରକାର ବ୍ୟବସ୍ଥା ହାତକୁ ନିଆଯାଇଥିବା କଥା କହିଛନ୍ତି କଟକ ମହାନଗର ନିଗମ ଡେପୁଟି କମିଶନର ଡକ୍ଟର ଅବିନାଶ ରାଉତ । ଜଣେ କୋଭିଡ ଟୀକା ନେବାର ୩୯ ସପ୍ତାହ ପରେ ଏହି ବୁଷ୍ଟର ଡୋଜ୍‌ ନେଇ ପାରିବେ ।

ପୂର୍ବଭଳି ଟୀକାକରଣ କେନ୍ଦ୍ର ଗୁଡିକରେ ଏହି ଡୋଜ୍‌ ଦିଆଯିବ । ସେହିପରି ୧୮ରୁ ୨୧ ବର୍ଷର ପିଲାମାନଙ୍କର ମଧ୍ୟ ଜାନୁଆରୀ ୧୦ରୁ କୋଭିଡ ଟୀକାକରଣ କରାଯିବ । ଦେଶରେ ଉଭୟ ଡୋଜ ଟୀକାକରଣ ନେଇ ଓଡ଼ିଶା ମାଇଲଖୁଣ୍ଟ ଛୁଇଁଛି । ଉଭୟ ଡୋଜ ନେଲେ ମଧ୍ୟ ଶରୀରରେ ଆଣ୍ଟିବଡ଼ି ତିଆରି କରିବାକୁ ବୁଷ୍ଟର ଡୋଜ୍‌ ନିହାତି ଆବଶ୍ୟକ । ତେଣୁ କେନ୍ଦ୍ରସ୍ବାସ୍ଥ୍ୟ ମନ୍ତ୍ରାଳୟର ନିର୍ଦ୍ଦେଶ ଅନୁଯାୟୀ ଆସନ୍ତା ଜାନୁଆରୀ ୧୦ ତାରିଖରୁ ସାରା ଦେଶରେ ବୁଷ୍ଟର ଡୋଜ ଦିଆଯିବ ।

କଟକରୁ ନାରାୟଣ ସାହୁ, ଇଟିଭି ଭାରତ

Last Updated : Dec 28, 2021, 3:49 PM IST

ABOUT THE AUTHOR

...view details