କଟକ: ଆସନ୍ତା 30 ତାରିଖରୁ ଆରମ୍ଭ ହେବ ମାଟ୍ରିକ ଅଫଲଇନ ପରୀକ୍ଷା । ଏନେଇ ରାଜ୍ୟରେ 504 ଟି ସେଣ୍ଟର ମନୋନୀତ କରାଯଇଛି । ମୋଟ 15 ହଜାର 151 ଜଣ ପରୀକ୍ଷାର୍ଥୀ ଅଫଲାଇନ ପରୀକ୍ଷା ପାଇଁ ଫର୍ମ ଫିଲ୍-ଅପ୍ କରି ଥିବାବେଳେ ପରୀକ୍ଷାରେ ଶୃଙ୍ଖଳା ପାଇଁ ବୋର୍ଡ ପକ୍ଷରୁ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ।
‘ଅଫଲାଇନ ପରୀକ୍ଷା ପାଇଁ ପ୍ରସ୍ତୁତି ଶେଷ’ - 10th exam
ଆଉ ଗୋଟିଏ ଦିନ ପରେ ଚଳିତ ବର୍ଷ ଅଫଲାଇନ ପରୀକ୍ଷା ଦେବେ ଅସନ୍ତୋଷ ଛାତ୍ରଛାତ୍ରୀ । ସରିଲା ପରୀକ୍ଷା ସମୟରେ ନିୟୋଜିତ ହେବାକୁ ଥିବା ଶିକ୍ଷକଙ୍କ କୋଭିଡ ଟେଷ୍ଟ । ଅଧିକ ପଢନ୍ତୁ..
ତେବେ ଚଳିତ ବର୍ଷ ଅଫଲାଇନ ପରୀକ୍ଷା ପାଇଁ ଆବେଦନ କରିଥିବା ପରୀକ୍ଷାର୍ଥୀଙ୍କ ମଧ୍ୟରୁ 6597 ଜଣ ରେଗୁଲାର, 8493 ଓପନ ସ୍କୁଲ ପରୀକ୍ଷାର୍ଥୀ ଏବଂ 61 ଜଣ ମଧ୍ୟମା ପରିକ୍ଷାର୍ଥୀ ରହିଛନ୍ତି । ପରୀକ୍ଷାକୁ ମାତ୍ର ଆଉ ଗୋଟିଏ ଦିନ ରହିଥିବାରୁ ଆଜି(ବୁଧବାର) ରୁ ସମସ୍ତ ସ୍କୁଲକୁ ପ୍ରଶ୍ନପତ୍ର ଓ ଓଏମଆର ସିଟ ପଠାଯାଇଛି । ସେପଟେ ପରୀକ୍ଷା ସମସ୍ତ କୋଭିଡ ଗାଇଡ଼ଲାଇନ ଆଧାରରେ ହେବା ନେଇ ବୋର୍ଡ ପକ୍ଷରୁ ନିର୍ଦ୍ଦେଶ ରହିଛି । ତେବେ ପରୀକ୍ଷା ପାଇଁ ନିୟୋଜିତ ହେବାକୁ ଥିବା ଶିକ୍ଷକମାନଙ୍କ କୋଭିଡ ଟେଷ୍ଟ ସରିଛି । ଏନେଇ ସ୍ପଷ୍ଟ କରିଛନ୍ତି ବୋର୍ଡ ସ୍କୁଲ ପ୍ରଧାନ ଶିକ୍ଷକ ।
କଟକରୁ ପ୍ରଭୁକଲ୍ୟାଣ ପାଲ, ଇଟିଭି ଭାରତ